Photograph: (KAKANKNEWS)
କନକବ୍ୟୁରୋ : ବିଜେଡିରେ ବଡ଼ ହଲଚଲ । ଉତ୍ତରାଧିକାରୀ ଚର୍ଚ୍ଚା ଭିତରେ, ଅଚାନକ୍ ନବୀନ ନିବାସରେ ପହଞ୍ଚିଲେ ବଲାଙ୍ଗୀର କଳିକେଶ ନାରାୟଣ ସିଂଦେଓ । କଳିକେଶଙ୍କୁ ନବୀନ ନିବାସ ଡକରା ପରେ ବିଜେଡିରେ ବଡ଼ ହଲଚଲ ଆରମ୍ଭ ହୋଇଯାଇଛି । ତାଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯୁବନେତା ଭାବେ କଳିକେଶ ଦଳର ନେତୃତ୍ବ ନେବାକୁ ସକ୍ଷମ ବୋଲି ପଶ୍ଚିମରୁ ଦାବି ହୋଇଛି । ଏହାରି ଭିତରେ ନବୀନ ନିବାସରୁ କଳିକେଶଙ୍କୁ ଡାକରା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ସେପଟେ ଏଭଳି ସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର। ସେ କହିଛନ୍ତି ଜଣେ ଦଳୀୟ ନେତା ଓ ବିଧାୟକ ହିସାବରେ ସୁପ୍ରିମୋଙ୍କୁ ଦେଖା କରିବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ... ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର : କାଲି କମିଥିଲା ୧୦.୦୦୦ , ଆଜି କମିଲା ଏତିକି ...
ନିଜେ ମଧ୍ୟ ନବୀନଙ୍କୁ ଭେଟିବା ପରେ ସମାନ କଥା ଦୋହରାଇଛନ୍ତି କଳିକେଶ। ସେ କହିଛନ୍ତି ମୁଁ ଅନେକ ଦିନ ହେବ ସୁପ୍ରିମୋଙ୍କୁ ଭେଟିନଥିଲି। ମହିଳା ଓ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଆସିଥିଲି । ଯାହା ନବୀନ ଦାୟିତ୍ବ ଦେବେ କରିବି ବୋଲି କହିଲେ କଳିକେଶ । ପୂର୍ବରୁ ବିଜେଡି ନେତା କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ କଳିକେଶଙ୍କୁ ନେତୃତ୍ବ ଦେବାକୁ ରଖିଥିଲେ ପ୍ରତିକ୍ରିୟା। ବିବାଦ ତେଜିବା ପରେ ଦିବ୍ୟଶଙ୍କର ନିଜ ବୟାନ ବଦଳାଇଥିଲେ।
କାହିଁକି ଅଚାନକ କଳିକେଶଙ୍କୁ ଡାକରା ଆସିଲା ନବୀନଙ୍କୁ?
କଳିକେଶଙ୍କୁ ମିଳିପାରେ କି କିଛି ବଡ ଦାୟିତ୍ବ?
ମିଳିପାରେ କି କିଛି ପଶ୍ଚିମ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ?
ଆଗାମୀ ସମୟରେ ବିଜେଡିରେ ବଢିପାରେ କି କଳିକେଶଙ୍କ ଗୁରୁତ୍ବ?
ଉତ୍ତରାଧୀକାରୀ ଚର୍ଚ୍ଚା ପ୍ରସଙ୍ଗରେ ନବୀନ କରି ଥାଇପାରନ୍ତି କି ଆଲୋଚନା?
Follow Us