କନକ ବ୍ୟୁରୋ :ୱାକଫ୍ ବିଲକୁ ସମର୍ଥନ ପରଠୁ ବିଜେଡିରେ ବଡ଼ ହଲ୍‌ଚଲ୍‌। ଆଜି ଶଙ୍ଖ ଭବନରେ ଦେବୀ ମିଶ୍ର ଓ କିଛି ବରିଷ୍ଠ ନେତାଙ୍କୁ ଭେଟିଛନ୍ତି କିଛି ଯୁବ ନେତା। ଦେବୀ ମିଶ୍ରଙ୍କୁ ଭେଟି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ଆସନ୍ତାକାଲି ନବୀନଙ୍କୁ ଭେଟିପାରନ୍ତି ଏହି ଯୁବ ନେତା। ସେପଟେ ଆଜି କିଛି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚି ସୁପ୍ରିମୋଙ୍କୁ ଭେଟିଛନ୍ତି। ସେଠାରେ ନେତାଙ୍କୁ ପାଟି ଚୁପ୍‌ ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ। ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ପରାମର୍ଶ ଦେଇଛନ୍ତି। ଦଳରେ ଚାଲିଥିବା ବିବାଦ ଭିତରେ ଆଜି ନବୀନ ନିବାସ ପହଞ୍ଚିଥିଲେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ସିଂଦେଓ, ପ୍ରତାପ ଦେବ ଆଦି ବରିଷ୍ଠ ନେତା ।

Advertisment

ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ। ଗତକାଲି ଏନେଇ ମୁନ୍ନା ଖାନ୍ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ। ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍‌ ଦେବା ନେଇ ନବୀନଙ୍କୁ ଅଭିଯୋଗ କରିଥିଲେ। ସେପଟେ ସାଂସଦ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼। ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନ୍‌ଙ୍କୁ ଦାୟୀ କରିଥିଲେ ଦେବାଶିଷ। ଦେବାଶିଷଙ୍କ ସହ ସ୍ବର ମିଶାଇ ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିଥିଲେ। 

 ବିଜେଡିରେ ବଡ଼ ହଲଚଲ

କ'ଣ ହୋଇପାରେ ନିଷ୍ପତ୍ତି?

ଆଭିମୁଖ୍ୟ ସ୍ପଷ୍ଟ କରିବେ କି ନବୀନ?

୫ ଦିନ ଧରି ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର ହେବ କି?

ବଡ଼ ନେତା କାହା ବିରୋଧରେ ହେବେ କି ଫେରାଦ?

ନବୀନଙ୍କ ଆଗରେ ଅସନ୍ତୋଷ ଝାଡ଼ିବେ କି ବଡ଼ ନେତା?

ପାଣ୍ଡିଆନ୍‌ଙ୍କ ଭୂମିକାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବ କି ବିଜେଡି?

ପାଣ୍ଡିଆନ୍ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ଅବସ୍ଥାରେ କି?

ନେତାଙ୍କ ମୁହଁରେ ତୁଣ୍ଡି ଲଗାଇବେ କି ବିଜେଡି ସୁପ୍ରିମୋ?

ସାମ୍ନାକୁ ଆସିବ କି ବିଲ୍‌ ପଛର ଡିଲ୍‌ର ସତ୍ୟତା?

ମୁନା ଖାନ୍‌, ଦେବାଶିଷ ସାମନ୍ତରାୟଙ୍କୁ ନବୀନ ନିବାସରୁ ଆସିବ କି ଡାକରା?