କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ପୁଅ ତାରିକ୍ ରହମାନ ୨୬ ବର୍ଷ ପରେ ନିଜ ଦେଶକୁ ଫେରୁଛନ୍ତି । ୨୬ ବର୍ଷ ହେଲା ଲଣ୍ଡନରେ ଆତ୍ମନିର୍ବାଚନରେ ଅଛନ୍ତି ୫୮ ବର୍ଷୀୟ ତାରିକ୍ । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି- ବଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ଆସନ୍ତାବର୍ଷ ଫେବ୍ରୁଆରି ମାସରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାରିକ୍ ରହମାନ ଫେରୁଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ତାରିକ୍। ବିଏନପି ନିର୍ବାଚନରେ ଜିତି ସରକାର ଗଠନ କଲେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ସମ୍ଭାବନା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ଲୋକ ଯାହା ନିଷ୍ପତ୍ତି ନେବେ ତାହା ହେବ । ଅନେକ ଅପରାଧିକ ଏବଂ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଚାଲିଥିବା ବେଳେ ତତ୍କାଳୀନ ସେନା-ସମର୍ଥିତ କାମଚଳା ସରକାର ତାରିକ ରହମାନଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ପଠାଇଥିଲା। ପରେ ସେ କାର୍ଯ୍ୟାନୁଷ୍ଠାନ ଏଡ଼ାଇବାକୁ ଲଣ୍ଡନରେ ରହୁଛନ୍ତି।
୨୬ ବର୍ଷ ପରେ ଘରବାହୁଡ଼ା
ଫେରୁଛନ୍ତି ଖାଲେଦା ଜିଆଙ୍କ ପୁଅ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ୍ ରହମାନ
ଆତ୍ମନିର୍ବାସନରେ ଲଣ୍ଡନରେ ରହୁଛନ୍ତି ତାରିକ୍
ଆଗାମୀବର୍ଷ ବାଂଲାଦେଶରେ ସାଧାରଣ ନିର୍ବାଚନ
ନିର୍ବାଚନରେ ଲଢ଼ିବ ତାଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି
ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରିବେ ତାରିକ୍ ରହମାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/07/whatsapp-image-2025-10-07-17-33-13.jpeg)