କନକ ବ୍ୟୁରୋ : ବିଭିନ୍ନ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି । ଏସବୁକୁ ନେଇ ସରକାର ଏକ ବଡ଼ ଯୋଜନା କରିଛନ୍ତି । ଏବେ ପ୍ରଶ୍ନପତ୍ରଗୁଡିକ ସରକାରୀ ପ୍ରେସରେ ଛପାଯିବ ।  ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍, ଏନଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍ । ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପତ୍ର ପ୍ରିଣ୍ଟିଂଗ ମାର୍ଗଦର୍ଶିକା ଜାରି  କରାଯାଇଛି । ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ । ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ । ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ଟୁଲର ବ୍ୟବହାର କରାଯିବ । ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କେଣ୍ଟ୍ରାଲ୍ ଓକାକ୍ କିମ୍ବା ଏନଆଇସି ପାଖରେ ରହିବ । 

Advertisment

ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ଵ ବିଦ୍ୟାଳୟରେ କରଯିବ । ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ  । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ । ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ । ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ଵକୁ କୌଣସି ଏଜେନ୍ସି କିମ୍ବା ଆଉଟସୋସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର । 

ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ସରକାର ନିଯୁକ୍ତି ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତିକୁ ଆପଣାଇଛନ୍ତି ସରକାର । ଉଭୟ ଅନଲାଇନ ଓ ଅଫଲାଇନ ମୋଡ଼ରେ ହେଉଥିବା ପରୀକ୍ଷାକୁ ସୁରକ୍ଷିତ ପରିବେଶ, ସ୍ଵଚ୍ଛତାର ସହ କରାଯିବ । ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ । ଫାଇନାଲ ପ୍ରଶ୍ନପତ୍ର ପ୍ରସ୍ତୁତଠାରୁ ପରୀକ୍ଷା ହଲକୁ ଆସିବା ଯାଏ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀ ରହିବେ । ପୁଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ବ୍ୟାଙ୍କର ଅଧିକାରୀ ରହିବେ । 

ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରାଯିବ ।  ସେହିପରି ଅନଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍ (ଏମଏଫ୍) କୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । ବାୟୋମେଟ୍ରିକ ସ୍କାନଠୁ ଆରମ୍ଭ କରି ଏସଏସଏସ୍ ଯିଏ ସମସ୍ତ ପଞ୍ଚ ହେବ । ଅନଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ । ୱେବମ, ଇଣ୍ଟରନେଟ୍ ଆଦି ଟେକ୍ନିକାଲ ଉପକରଣକୁ ବି ଯାଞ୍ଚ କରାଯିବ । ଏଆଇ ଟୁଲର ବ୍ୟବହାର କରିବା ଲାଗି ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସବୁ ନିୟୋଜନ ସଂସ୍ଥା ସହ ଜିଲ୍ଲାପାଳ ମାନଙ୍କୁ ଚିଠିଲେଖି ଅବଗତ କରିଛନ୍ତି ।