କନକ ବ୍ୟୁରୋ : ରାତିରେ ଷ୍ଟେସନରୁ ହେଉଛି ଦାଦନ ଚାଲାଣ। ଦାଦନ ରୋକିବାକୁ ରାତିରେ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଏନେଇ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ କମିଶନରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ଦାଦନ ଚାଲାଣ ହେଉଥିବା ନଜରକୁ ଆସିଛି । ଠିକାଦାରମାନେ ରେଳ ମାଧ୍ୟମରେ ବେଆଇନ ଭାବରେ ଅମାନବୀୟ ଅବସ୍ଥାରେ ଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକ ଯୋଗାଣ କରୁଛନ୍ତି । ନିରକ୍ଷର ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବରେ ଶୋଷଣ କରାଯାଉଛି । ଟିଟଲାଗଡ଼, ମୁରିବାହାଲ, ଲାଥୋର, ରାଇନଭଟା, କଣ୍ଟାବାଞ୍ଜି, ନୂଆପଡ଼ା ଏବଂ ଖରିଆର ରୋଡ୍ ରେଳ ଷ୍ଟେସନରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଛି ଶ୍ରମିକ । ସେଥିପାଇଁ ରେଳ ଷ୍ଟେସନଗୁଡ଼ିକରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ରହିଛି। ବିଶେଷକରି ରାତି ସମୟରେ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏପରି ବେଆଇନ ଶ୍ରମିକ ସ୍ଥାନାନ୍ତରକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦାଦନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ରାତିରେ ରେଳ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରୁ ଦାଦନ ଚାଲାଣ ହେଉଥିବା ନଜରକୁ ଆସିଛି । ଠିକାଦାରମାନେ ରେଳ ମାଧ୍ୟମରେ ବେଆଇନ ଭାବରେ ଅମାନବୀୟ ଅବସ୍ଥାରେ ଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକ ଯୋଗାଣ କରୁଛନ୍ତି । ନିରକ୍ଷର ପ୍ରବାସୀ ଶ୍ରମିକମାନଙ୍କୁ ଆର୍ଥିକ ଏବଂ ଶାରୀରିକ ଭାବରେ ଶୋଷଣ କରାଯାଉଛି ।
/kanak/media/media_files/2025/09/05/4-2025-09-05-07-40-48.jpg)