ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲଙ୍କ ବଡ଼ ପଦକ୍ଷେପ,  ସାର୍ବଜନୀନ ସ୍ଥାନରେ ମଦ୍ୟପାନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଯୁବ ଆଏଏଏସଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ବର୍ଗ ପ୍ରଶଂସା । ଜିଲ୍ଳାର ଅନ୍ୟ ସ୍ଥାନ ଗୁଡ଼ିକରେ ବି ଏଭଳି ନିୟମ ଲାଗୁ କରିବାକୁ ଦାବି ।

ସାବାଡ଼ ହେବେ ମଦୁଆ

ସାବାଡ଼ ହେବେ ମଦୁଆ Photograph: (KanakNews)

 କନକ ବ୍ୟୁରୋ: ଗୁଣୁପୁର ସବଡିଭିଜନର ବିଭିନ୍ନ ଗୁରୁତ୍ବପୂର୍ଣ ସାର୍ବଜନୀନ ସ୍ଥାନଗୁଡ଼ିକରେ ମଦ୍ୟପାନ ହେଉଥିବା ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ  ନିର୍ଦେଶନାମା ଜାରି କରିଛନ୍ତି । ନିଶାଖୋର ମାନେ ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରି  ଅଶାନ୍ତିଜନକ ଆଚରଣ ଏବଂ ଜୀବନ ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଜନସାଧାରଣ ।

ଏହି  ସମ୍ପର୍କରେ ଅନେକ ମୌଖିକ ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଣପୁର ସହର ନିକଟସ୍ଥ ସେଫାଳି ପାହାଡ଼ କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି, ମା ମାଣିକେଶ୍ୱରୀ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ଏପରି କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିବା ଏବଂ ଏହି ସ୍ଥାନଗୁଡ଼ିକୁ ପରିଦର୍ଶନ କରୁଥିବା ମହିଳା ଏବଂ ପରିବାର ସେମାନଙ୍କ ସୁରକ୍ଷା ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଉପଜିଲ୍ଲାପାଳ ଜାରି କରିଥିବା ଚିଠିରେ ଉଲ୍ଲେଖ ରିହଛି । ଏହି କାର୍ଯ୍ୟଗୁଡ଼ିକ ସାର୍ବଜନୀନ ଭାବନାକୁ  ଆଘାତ କରିବା ସହ ଧାର୍ମିକ ବିଶ୍ୱାସକୁ ଆଘାତ କରେ ବୋଲି ଉଲ୍ଲେଖ ରହିଛି । ଏନେଇ ଉପଖଣ୍ଡର ସମସ୍ତ ଥାନା ଆଇଆଇସି, ତହସିଲଦାର, ଆରକ୍ଷୀ ଅଧିକ୍ଷକ ପୁଲିସ ଏବଂ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe