ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବଡ଼ ବୟାନ: କହିଲେ କେବଳ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ, ଦିଲ୍ଲୀରେ କଂଗ୍ରେସ-ଆପ ମୁହାଁମୁହିଁ କିଛି ଅସ୍ୱଭାବିକ ନୁହେଁ

Advertisment

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବଡ ବୟାନ । ତେଜସ୍ବୀ କହିଛନ୍ତି  ଇଣ୍ଡିଆ ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ। କଂଗ୍ରେସ କହିଛି  ଭାରତ ମେଣ୍ଟ ଜାତୀୟ ସ୍ତରରେ କାମ କରୁଛି। ଏହା ସହ ବିଜେପି କହିଛି ଯେ ଭାରତୀୟ ମେଣ୍ଟ ବିଭାଜିତ ହୋଇଛି ।

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବଡ ବୟାନ । ତେଜସ୍ବୀ କହିଛନ୍ତି  ଇଣ୍ଡିଆ ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ। କଂଗ୍ରେସ କହିଛି  ଭାରତ ମେଣ୍ଟ ଜାତୀୟ ସ୍ତରରେ କାମ କରୁଛି। ଏହା ସହ ବିଜେପି କହିଛି ଯେ ଭାରତୀୟ ମେଣ୍ଟ ବିଭାଜିତ ହୋଇଛି ।

waf

wf

କନକ ବ୍ୟୁରୋ: ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବଡ ବୟାନ । ତେଜସ୍ବୀ କହିଛନ୍ତି  ଇଣ୍ଡିଆ ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ। କଂଗ୍ରେସ କହିଛି  ଭାରତ ମେଣ୍ଟ ଜାତୀୟ ସ୍ତରରେ କାମ କରୁଛି। ଏହା ସହ ବିଜେପି କହିଛି ଯେ ଭାରତୀୟ ମେଣ୍ଟ ବିଭାଜିତ ହୋଇଛି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ ଅଛନ୍ତି କି ବୋଲି ସାମ୍ବାଦିକମାନେ ପଚାରିବାରୁ ତେଜସ୍ୱୀ ଯାଦବ ଏହି ବୟାନ ଦେଇଛନ୍ତି। ସେମାନେ ଭିନ୍ନ ଭିନ୍ନ ନିର୍ବାଚନ ଲଢୁଛନ୍ତି।ଇଣ୍ଡି ମେଣ୍ଟରେ ଉଭୟ ଦଳ ସାମିଲ ଥିବା ବେଳେ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟ ଦଳ ମେଣ୍ଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହାର ଜବାବରେ ତେଜସ୍ୱୀ ଯାଦବ କହିଛନ୍ତି ଇଣ୍ଡି ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ। ଏଭଳି ସ୍ଥିତିରେ କଂଗ୍ରେସ ଓ ଆପ୍ ମୁହାଁମୁହିଁ ହେବା ଅସ୍ୱାଭାବିକ ନୁହେଁ । ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଜସ୍ୱୀଙ୍କ ଉତ୍ତର କଂଗ୍ରେସକୁ ସିଧାସଳଖ ବାର୍ତ୍ତା ଦେଉଛି ଯେ ବିହାରରେ ଆସନ ବୁଝାମଣା ସମୟରେ ସେ କୌଣସି ଚାପ ରାଜନୀତିକୁ ପ୍ରାଧାନ୍ୟ ଦେବାକୁ ଦେବେ ନାହିଁ ,ତେଜସ୍ୱୀ ଯାଦବଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିହାର କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ରାଜେଶ ରାଠୋର କହିଛନ୍ତି, "ଇଣ୍ଡି ମେଣ୍ଟ ଜାତୀୟ ସ୍ତରରେ ଗଠିତ ହୋଇଥିଲା ଏବଂ ଜାତୀୟ ସ୍ତରରେ  କାର୍ୟ୍ୟ କରୁଛି। 

ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ  ବଡ଼ ବୟାନ ଦେଇଛନ୍ତି। ବୋଧହୁଏ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଜିତିବେ। ଦିଲ୍ଲୀରେ ଫେବ୍ରୁଆରି ୫ରେ ମତଦାନ ହେବ ଏବଂ ଫେବ୍ରୁଆରି ୮ରେ ଫଳାଫଳ ପ୍ରକାଶ ପାଇବ।ଦିଲ୍ଲୀ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ମୁଁ ଭାବୁଛି କେଜ୍ରିୱାଲ ବୋଧହୁଏ ସେଠାରେ ଜିତିବେ ବୋଲି ବିସ୍ପୋରକ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପୃଥରାଜ ଚୌହାନ । ପୃଥୀରାଜ ଆହୁରୀ କହୁଚନ୍ତି ,କଂଗ୍ରେସ ମଧ୍ୟ ମଇଦାନରେ ଅଛି, କଂଗ୍ରେସ ମଧ୍ୟ ନିର୍ବାଚନ ଲଢ଼ିବ। ଯଦି କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟ ହୋଇଥାନ୍ତା ତେବେ ଭଲ ହୋଇଥାନ୍ତା, କିନ୍ତୁ ବୋଧହୁଏ ତାହା ହେଉନାହିଁ।ଗତବର୍ଷ ମହାରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ପୃଥ୍ୱୀରାଜ ଚୌହାନଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦିଲ୍ଲୀରେ ନିର୍ବାଚନୀ ମାହୋଲ ଗରମ ଥିବା ସମୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ବୟାନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe