କନକ ବ୍ୟୁରୋ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । କହିଲେ ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ । ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି । କ୍ଷତିପୂରଣ କେବଳ  ମୂଳ ଜମି ମାଲିକଙ୍କୁ ମିଳିବ ।  ଭାଗଚାଷୀଙ୍କୁ ଜମି ମାଲିକ ଆବଣ୍ଟନ କରିବେ । ତେବେ ଏହି ସହାୟତା  ୩ରୁ ୪ଦିନ ରେ  ମିଳିବାକୁ ଯାଉଛି । ୧୫ ଦିନର କ୍ଷତିପୂରଣ ଦେବେ ବୀମା କମ୍ପାନୀ । 

Advertisment

ତେବେ ଅଦିନିଆ ବର୍ଷା ଭାଙ୍ଗିଥିଲା ଚାଷୀଙ୍କ ମେରୁଦଣ୍ଡ । ପାଚିଲା ଫସଲ ନଷ୍ଟ ହୋଇଥିଲା । ବିଲରେ ଭିଜିଥିଲା ଧାନ ଆଉ ଗଜା ହୋଇଥିଲା ।  ଫସଲ ନଷ୍ଟରେ ଅନେକ ଚାଷୀ ଜୀବନ ମଧ୍ୟ ହାରିଥିଲେ ।

ଚାଷୀଙ୍କ ଫସଲର କ୍ଷୟକ୍ଷତି ଦେଖିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚିଥିଲେ ଚାଷୀଙ୍କ ନିକଟରେ । ସେହିପରି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ଚାଷୀଙ୍କ ଦୁଃଖ ସମୟରେ  ଚାଷୀଙ୍କ ପାଖରେ ଠିଆ ହୋଇଥିଲେ। ଆଉ  ଚାଷୀଙ୍କ କ୍ଷୟକ୍ଷତି ବୁଲି ଦେଖିଥିଲେ । ନବୀନ ସରକାରଙ୍କୁ ଘେରିଥିଲେ ଆଉ କହିଥିଲେ ତୁରନ୍ତ  ଚାଷୀଙ୍କୁ  କ୍ଷୟକ୍ଷତି ବାବଦ ବୀମା  ଦେବାକୁ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି  ।  SDRF  ଫଣ୍ଡରୁ  ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର  ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।