କନକ ବ୍ୟୁରୋ : ରାଜ୍ୟରେ ସଚିବ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି କ୍ରମରେ ଦେଉରଞ୍ଜନ ସିଂଙ୍କ ନିଜ ପଦ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିଭଳି ବିଷ୍ଣୁ ସେଠୀଙ୍କୁ ବନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଦାୟିତ୍ୱ ସହ ସାଧାରଣ ପ୍ରଶାସନ ଦାୟିତ୍ୱ ବି ନ୍ୟସ୍ତ କରାଯାଇଛି । ଉଷା ପାଢ଼ୀଙ୍କୁ ଇଡକୋର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗର ଦାୟିତ୍ୱ । ଶ୍ରମ ବିଭାଗ ଦାୟିତ୍ୱରେ ଥିବା ଚିତ୍ର ଓରୁଙ୍ଗମଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଜେନରାଲ ଟ୍ରେନିଂ କୋଡିନେସନ ଗୋପବନ୍ଧୁ ଏକାଡେମୀ । ସେହିଭଳି ଶୁଭା ଶର୍ମାଙ୍କୁ ପ୍ରିନ୍ସପାଲ ସେକ୍ରେଟାରୀ ଗଭରମେଣ୍ଟ ୱାଟର ରିସୋର୍ସ ଡିପାର୍ଟମେଣ୍ଟର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗର ପ୍ରମୁଖ ସଚିବ । ଏନବିଏସ୍ ରାଜପୁତଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି । ଏସଏନ ଗିରିସଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ ଦାୟିତ୍ୱ ମିଳିଛି । ବଲବନ୍ତ ସିଂଙ୍କୁ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରେଟିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତରିକ୍ତ ଦାୟିତ୍ୱ ଦିଆଯାଇଛି । ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ । ରଶ୍ମିତା ପଣ୍ଡାଙ୍କୁ ବିଡିଏର ଭାଇସ୍ ଚାନ୍ସଲର ଭାବେ ଦାୟିତ୍ୱ ମିଳିଛି ।
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ପଦରେ ମିଳିଲା ନିଯୁକ୍ତି
Advertisment
Follow Us