କନକ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ମିଶିଲେ ବରିଷ୍ଠ ନେତା ଲମ୍ବୋଦର ନିଆଳ । ଗତ ୨୦୨୪ ନିର୍ବାଚନରେ ଲମ୍ବୋଦର ନିଆଳ ବିଜେଡି ଟିକେଟରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ହୋଇଥିଲେ । ତେବେ କଳାହାଣ୍ଡିରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ଲମ୍ବୋଦର ।
ଏହାପୂର୍ବରୁ ଲମ୍ବୋଦର ୨୦୧୪ ଓ ୨୦୧୯ରେ ଖରିଆରରୁ ବିଜେଡି ପ୍ରାର୍ଥୀ ହୋଇଥିଲେ । ଆଜି ସକାଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭେଟିଥିଲେ । ପରେ ବିଜେଡିରେ ଇସ୍ତଫା ଦେଇଥିଲେ ଲମ୍ବୋଦର । ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପୂର୍ବରୁ ପଦ୍ମ ଧରିଛନ୍ତି ଲମ୍ବୋଦର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/16/bjd-2025-10-16-18-55-17.jpg)