ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ବଡ଼ ଝଟକା : ଦଳ ଛାଡ଼ିଲେ କ୍ୟାବିନେଟ୍‌ ମନ୍ତ୍ରୀ କୈଳାସ ଗେହଲଟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା। ଦିଲ୍ଲୀ ମନ୍ତ୍ରୀ ଓ ବରିଷ୍ଠ ନେତା କୈଳାସ ଗେହଲଟ୍ ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ନେଇ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କୈଳାସ। ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୈଳାସ।

aap

କନକବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ।  ଦିଲ୍ଲୀ ମନ୍ତ୍ରୀ ଓ ବରିଷ୍ଠ ନେତା କୈଳାସ ଗେହଲଟ୍ ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।  ଇସ୍ତଫା ନେଇ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କୈଳାସ । ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୈଳାସ ।  ଏହାସହ ଇସ୍ତଫା ପତ୍ରରେ ଆହୁରି ଅନେକ କଥା କହିଛନ୍ତି କୈଳାସ। ଯମୁନାର ସଫେଇ ଓ କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି କୈଳାସ ।

କୈଳାଶ ଗେହଲୋଟ୍ ଚିଠିରେ ଲେଖିଛନ୍ତି,  ସିଶମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି, ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କଣ ଏବେ ବି ଆମ ଆଦମୀ ହୋଇ ଅଛେ?  ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଦିଲ୍ଲୀ ସରକାର ଏହାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ,  ତେବେ ଦିଲ୍ଲୀର କୌଣସି ପ୍ରଗତି ହୋଇପାରିବ ନାହିଁ, ମୋର ଆପଠାରୁ ଅଲଗା ହେବା ବ୍ୟତୀତ କୌଣସି ବିକଳ୍ପ ବାକି ନାହିଁ ଏବଂ ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। କୈଳାସଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛି ଦିଲ୍ଲୀ ବିଜେପି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe