Sun Photograph: (Google)
କନକ ବ୍ୟୁରୋ: ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା। ସୌର ଝଡ଼ ଯୋଗୁ ରେଡିଓ ବ୍ଲାକଆଉଟ ହୋଇପାରେ। ଅର୍ଥାତ୍ କିଛି ସମୟ ପାଇଁ ଅଚଳ ହୋଇଯାଇପାରେ ରେଡିଓ ସିଗ୍ନାଲ୍ ଉପରେ ନିର୍ଭର କରୁଥିବା ବୈଦ୍ୟୁତିକ ଉପକରଣ। ରେଡିଓ ସିଗ୍ନାଲ ବ୍ୟାହତ ହେବାକୁ ଥିବାରୁ, ମହାକାଶରେ ପୃଥିବୀ ଚାରିପଟେ ବୁଲୁଥିବା ଅଗଣିତ ସାଟେଲାଇଟ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ଏହାର ପ୍ରଭାବ ଉପରେ କଡ଼ା ନଜର ରଖିଛି ଇସ୍ରୋ। ତେବେ ନଜର ପକାନ୍ତୁ ଏହି ବିରାଟ ସୌର ଝଡ଼ ଯୋଗୁ ପୃଥିବୀରେ କେଉଁ ସବୁ ସମସ୍ୟା ଉପୁଜିପାରେ ଏବଂ ଇସ୍ରୋ ଏହି ସ୍ଥିତିର ମୁକାବିଲା କେମିତି କରିବ।...
ସୂର୍ଯ୍ୟଙ୍କୁ କରନ୍ତୁ ଜଳ ଅର୍ପଣ : ଖୋଲିଯିବ ଭାଗ୍ୟର ଦ୍ବାର !
ସୂର୍ଯ୍ୟ ପୃଷ୍ଠରେ ୨୪ ଘଣ୍ଟାରେ ସୃଷ୍ଟି ହେଲା ୨୭ଟି ଶକ୍ତିଶାଳୀ ସୌର ଝଡ଼
ସୌର କଳଙ୍କ 'ଆକ୍ଟିଭ୍ ରିଜିଅନ୍ 14366'ରେ ଅଚାନକ ଅସ୍ଥିରତା ଦେଖାଦେଇଛି
ଅକ୍ଟୋବର ୨୦୨୪ ପରଠୁ ଏହା ସର୍ବାଧିକ ଶକ୍ତିଶାଳୀ ସୌର ଝଡ଼
୧୯୯୬ ପରଠୁ ଏଭଳି ମାତ୍ର ୨୦ଟି ଶକ୍ତିଶାଳୀ ସୌର ଝଡ଼ ସୃଷ୍ଟି ହୋଇଛି
ଫେବୃଆରୀ ୧ ଓ ୨ରେ ଲଗାତାର ସୃଷ୍ଟି ହୋଇଛି ଶକ୍ତିଶାଳୀ ସୌର ଝଡ଼
ଏକାଧିକ ଶକ୍ତିଶାଳୀ ସୌର ଝଡ଼ର ପ୍ରଭାବ ପୃଥିବୀ ଆଡ଼କୁ ମାଡ଼ି ଆସିପାରେ
ମହାକାଶରେ ବୁଲୁଥିବା ସାଟେଲାଇଟ ଗୁଡ଼ିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି
ଟିଭି ସିଗ୍ନାଲ, ରାଡାର୍ ଓ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇପାରେ
ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଇସ୍ରୋ ସମେତ ବିଶ୍ୱର ସମସ୍ତ ମହାକାଶ ସଂସ୍ଥା
୫୦ରୁ ଅଧିକ ସାଟେଲାଇଟ ଗତିବିଧି ଉପରେ ନଜର ରଖିଛି ଭାରତ
ସାଟେଲାଇଟ ସହ ଯୋଗାଯୋଗ ବାଧାପ୍ରାପ୍ତ ହେଲେ ଏହା କକ୍ଷଚ୍ୟୁତ ହୋଇପାରେ
ଏଥିରେ ଥିବା ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହେଲେ ସାଟେଲାଇଟ ଅକାମୀ ହୋଇପାରେ
ମିସନ୍ କଣ୍ଟ୍ରୋଲ ସେଣ୍ଟରକୁ ସମସ୍ତ ଗ୍ରାଉଣ୍ଡ୍ ଷ୍ଟେସନ ପକ୍ଷରୁ ସତର୍କତା ଜାରି
କୌଣସି ଜରୁରୀ ସ୍ଥିତି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ
Follow Us