Photograph: (kanaknews)
କନକବ୍ୟୁରୋ : ରଣବୀର ସିଂଙ୍କ 'ଧୁରନ୍ଧର'କୁ ବଡ଼ ଝଟକା ୬ଟି ଦେଶରେ ରିଲିଜ୍ ହେଲାନି ଫିଲ୍ମ । ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୁରନ୍ଧର'କୁ ଆନ୍ତଜାର୍ତିକ ସ୍ତରରେ ବଡ଼ ଧରଣର ଝଟକା ଲାଗିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର କାହାଣୀକୁ ନେଇ ଆପତ୍ତି ଉଠିବା ପରେ ୬ଟି ମୁସଲିମ୍ ଦେଶରେ ଏହାର ସ୍କ୍ରିନିଂକୁ ଅନୁମତି ମିଳିନାହିଁ ।
ଅଧିକ ପଢନ୍ତୁ.... କଂଗ୍ରେସଠୁ ଦୂରାଉଛନ୍ତି ଥରୁର? ସାଂସଦଙ୍କ ମିଟିଂରୁ ଆଜି ପୁଣି ଗାଏବ ଶଶୀ ଥରୁର
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ସ୍ପାଇ-ଥ୍ରିଲର୍ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ମଧ୍ୟ ଗଲ୍ଫ୍ ଦେଶଗୁଡ଼ିକରେ ବ୍ୟାନ୍ ହେବା ଯୋଗୁ ଫିଲ୍ମର ଆୟ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ଓମାନ, ସାଉଦି ଆରବ, ବାହାରିନ୍, ୟୁଏଇ, କୁଏତ ଏବଂ କାତାରରେ ବହୁ ଭାରତୀୟ ଦର୍ଶକ ଥିବାରୁ ଏହି ନିଷ୍ପତ୍ତି ନିର୍ମାତାଙ୍କ ପାଇଁ ନୈରାଶ୍ୟଜନକ ହୋଇଛି । ସୂଚନା ଅନୁସାରେ, ଫିଲ୍ମର ବିଷୟବସ୍ତୁ ପାକିସ୍ତାନ-ବିରୋଧୀ ଭାବନା ସୃଷ୍ଟି କରୁଥିବା ଅନୁଭବ କରି ସେସବୁ ଦେଶର ସେନ୍ସର ବୋର୍ଡ ସ୍କ୍ରିନିଂ ପାଇଁ ମନା କରି ଦେଇଛନ୍ତି ।
ଫିଲ୍ମର କାହାଣୀ 'ପାକିସ୍ତାନ ବିରୋଧୀ' ହେଇଥିବା ଅଭିଯୋଗ
୬ଟି ଯାକ ଗଲ୍ଫ ଦେଶରେ ସ୍କ୍ରିନିଂକୁ ଅନୁମତି ମିଳିନାହିଁ
ଫିଲ୍ମର ବିଷୟବସ୍ତୁ ରାଜନୈତିକ ଭାବେ ସମ୍ବେଦନଶୀଳ ଥିବା କୁହାଯାଉଛି
ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇରେ ରିଲିଜ୍ ବାତିଲ୍
ଫିଲ୍ମର ୱାର୍ଲ୍ଡୱାଇଡ୍ ବକ୍ସ ଅଫିସ୍ କଲେକ୍ସନରେ ବଡ଼ କ୍ଷତି ହେବାର ଆଶଙ୍କା
ସେନ୍ସର ବୋର୍ଡର ମାନକ ଅନୁଯାୟୀ ଫିଲ୍ମର କଣ୍ଟେଣ୍ଟ ନଥିବା ଅଭିଯୋଗ
ରଣବୀରଙ୍କ ସହ ଅକ୍ଷୟ ଖାନ୍ନା, ଆର୍. ମାଧବନ୍, ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ଅଛନ୍ତି
Follow Us