କନକ ବ୍ୟୁରୋ : ଶିଳ୍ପପତି ଗୌତମ ଆଦାନୀଙ୍କ ଅଡୁଆ କମିବାର ନାଁ ନେଉନି । ଆମେରିକାରେ ଲାଞ୍ଚ ମାମଲା ପରେ ଲଗାତର କମ୍ପାନୀ ପାଇଁ ଖରାପ ଖବର ଆସିବାରେ ଲାଗିଛି । ଗୋଟିଏ ପଟେ ଚୁକ୍ତି ପାଇଁ ଲାଂଚ ନେଇ ବିଦେଶରେ ଆଦାନୀଙ୍କ ଉପରେ ପ୍ରଶ୍ନ ଉଠିଥିବା ବେଳେ ଗ୍ଲୋବାଲ ରେଟିଂ ଏଜେନ୍ସି ମୋଡିଜ ଆଦାନୀଙ୍କୁ ବଡ ଝଟକା ଦେଇଛି । ମୋଡିଜ ତରଫରୁ ଆଦାନୀଙ୍କ ୭ କମ୍ପାନୀର ରେଟିଂ ଆଉଟଲୁକ୍ ତଳକୁ ଖସାଇ ନେଗେଟିଭ୍ ଦେଇଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗ୍ଲୋବାଲ ରେଟିଂ ଏଜେନ୍ସି ମୋଡିଜ ଆଦାନୀ ଗ୍ରୁପର ୭ କମ୍ପାନୀର ଆଉଟଲୁକରେ ପରିବର୍ତ୍ତନ କରିଛି । ପଜିଟିଭରୁ ଏହାର ରେଟିଂ ନେଗେଟିଭ ଦେଇଛି ମୋଡିଜ୍ । ଏହି କମ୍ପାନୀ ମଧ୍ୟରେ ରହିଛି ଆଦାନୀ ଗ୍ରୀନ, ଆଦାନୀ ପୋର୍ଟସ୍, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ, ଆଦାନୀ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ରହିଛି । ଏହି ଖବର ପ୍ରସାରିତ ହେବା ପରେ ଆଦାନୀ ଗ୍ରୁପର ସେୟାର ବହୁଳମାତ୍ରାରେ ତଳକୁ ଖସିିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/26/2aIFHVjxEGuNvWtW9LBo.jpg)