କନକ ବ୍ୟୁରୋ :  ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇ  କ୍ଷମତାକୁ ଆସିଛି ବିଜେପି । କିନ୍ତୁ ଦେଇଥିବା ମାଳ ମାଳ ପ୍ରତିଶ୍ରୁତିକୁ କେମିତି ପୂରଣ କରିବେ ନୂଆ ସରକାର? ସେହି ଲକ୍ଷ୍ୟ ନେଇ ବିକଶିତ ଓଡିଶା ୨୦୩୬ ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର । ଯାହାର ଝଲକ  ଆସନ୍ତା ବଜେଟରେ ଦେଖିବାକୁ ମିଳିବ ।
 
ବଜେଟ କିଭଳି ହେବ, କେଉଁ ବିଭାଗକୁ ଫୋକସ ରହିବ ସେନେଇ ଅର୍ଥନୀତି ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ମୋହନ ମାଝୀଙ୍କ ଟିମ । ପୂର୍ବତନ ଅର୍ଥମନ୍ତ୍ରୀ, ବିଶେଷଜ୍ଞ ନୂଆ ବଜେଟର ରୂପରେଖ ନେଇ ଅନେକ ଗୁଡିଏ ପ୍ରସ୍ତାବ ରଖିଛନ୍ତି । ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବଜେଟରେ ନୂଆ ସ୍କିମ ଆସିବା ସହିତ ଆଗାମୀ ବଜେଟର ଆକାର ମଧ୍ୟ ବଢିବ ।
ବଜେଟରେ କାହାକୁ ମିଳିବ ଗୁତୁତ୍ବ.. 
୧- ଶିଳ୍ପ ଓ ପର୍ଯ୍ୟଟନକୁ ମିଳିବ ଅଧିକ ଗୁରୁତ୍ବ
କାରଣ ଉତ୍କର୍ଷ ଓଡିଶାରେ ଅନେକ ନିବେଶକ ଓଡିଶା ଆସିବାକୁ ଯାଉଛନ୍ତି
ତେଣୁ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବ୍ୟୟବରାଦ ହୋଇପାରେ
୨- ସୁଭଦ୍ରା ଯୋଜନା ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ସରକାର
୩- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପାଇଁ ସ୍ବତନ୍ତ୍ର ଫୋକସ ଦେଇପାରନ୍ତି
କାରଣ ବାର୍ଦ୍ଧକ୍ୟ ଭତ୍ତା  ବଢାଇବା ପାଇଁ  କିଛି ବଡ ନିଷ୍ପତ୍ତି ନେଇପାରନ୍ତି 
୪- ଭିତ୍ତିଭୂମି କ୍ଷେତ୍ରରେ ଅଧିକ ଅନୁଦାନ ରଖିବେ ସରକାର
୫- ଆୟୁଷମାନ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍କିମ ଲାଗୁ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପାଇଁ  ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇପାରେ 
୬- ପ୍ରତି ପଂଚାୟତରେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଧିକ ପାଣ୍ଠି ଘୋଷଣା କରିପାରନ୍ତି
 
ଗତ ଜୁଲାଇ ମାସରେ ମୋହନ ସରକାରଙ୍କ ବଜେଟର ଅନୁଦାନ ରହିଥିଲା ୨ ଲକ୍ଷ ୬୫ ହଜାର କୋଟି । କିନ୍ତୁ ଏଥର ବଜେଟର ଆକାର ବଢିବ ବୋଲି ସଂଙ୍କେତ ଦେଇ ସାରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶ୍ନ ଉଠୁଛି, ବଜେଟ  ଆକାର ବଢୁଛି, ହେଲେ ଖର୍ଚ୍ଚ ହୋଇପାରୁନି, ଆଗାମି ବର୍ଷରେ କଣ ହେବ?  
 

Advertisment