ଅଗ୍ନିବୀର ନିଯୁକ୍ତି ନାଁରେ ବଡ଼ ଦୁର୍ନୀତି ;  ୩ ଅଧିକାରୀ ଗିରଫ ପରେ ଖୋଲିଲା ଗୁମର

Advertisment

ଅଗ୍ନିବୀର ଚାକିରି ନାଁରେ ବଡ ଦୁର୍ନୀତି । ଆଇଏନଏସ ଚିଲିକାର ୩ ଅଧିକାରୀ ଗିରଫ ପରେ ଖୋଲିଲା ଗୁମର-। ଟଙ୍କା ଦେଲେ ନିଯୁକ୍ତି ଦେବାକୁ ଦେଉଥିଲେ ପ୍ରତିଶ୍ରୁତି । କହୁଥିଲେ, ଫିଟ ନଥିଲେ ଆମେ କରିଦେବୁ ଫିଟ୍ ।  ଚାକିରି ନାଁରେ ୩୦ ହଜାରରୁ ଲକ୍ଷେ ଟଙ୍କା ମାଗୁଥିଲେ ଅଭିଯୁକ୍ତ । ମୋବାଇଲ ଜବତ କରି ଛାନଭିନ କରୁଛି ପୋଲିସ୍ ।

ଅଗ୍ନିବୀର ଚାକିରି ନାଁରେ ବଡ ଦୁର୍ନୀତି । ଆଇଏନଏସ ଚିଲିକାର ୩ ଅଧିକାରୀ ଗିରଫ ପରେ ଖୋଲିଲା ଗୁମର-। ଟଙ୍କା ଦେଲେ ନିଯୁକ୍ତି ଦେବାକୁ ଦେଉଥିଲେ ପ୍ରତିଶ୍ରୁତି । କହୁଥିଲେ, ଫିଟ ନଥିଲେ ଆମେ କରିଦେବୁ ଫିଟ୍ ।  ଚାକିରି ନାଁରେ ୩୦ ହଜାରରୁ ଲକ୍ଷେ ଟଙ୍କା ମାଗୁଥିଲେ ଅଭିଯୁକ୍ତ । ମୋବାଇଲ ଜବତ କରି ଛାନଭିନ କରୁଛି ପୋଲିସ୍ ।

Angiveer recruitment corruption

Angiveer recruitment corruption Photograph: (KanakNews)

କନକ ବ୍ୟୁରୋ:  ନିଯୁକ୍ତିରେ ଦୁର୍ନୀତି, ତାହା ପୁଣି ନୌସେନାରେ । ଆଇଏନଏସ ଚିଲିକାରେ ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ୍ କରିଛି ପୁଲିସ । ନୌସେନାରେ କାର୍ଯ୍ୟରତ କର୍ମଚାରୀ ନିଯୁକ୍ତି ଦୁର୍ନୀତି କରିଥିବା ଆଇଏନଏସ ଚିଲିକାର ବରିଷ୍ଠ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ । ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ । 


ତମେ ଟଙ୍କା ଦିଅ ଆମେ ଚାକିରି ଦେବୁ। ଯେଉଁ ସମସ୍ୟା ଥିଲେ ବି ଆମେ କରିବୁ ସମାଧାନ। ଫିଟ୍ ନଥିଲେ ବି ଆମେ କରିଦେବୁ ଫିଚ୍। ଚାକିରି ମିଳିବା ପକ୍କା। ଏଭଳି ଅନେକ ପ୍ରତିଶ୍ରୁତି ଦେଲେ ଆଉ ଟଙ୍କା ପାଇଲା ପରେ ଚାକରି ବି ଦେଲେ । ଏଭଳି ଦୁର୍ନୀତି ଘଟିଛି ଆଇଏନଏସ ଚିଲିକାରେ । ଆଇଏନଏସ ଚିଲିକା ପକ୍ଷରୁ ଏନେଇ ବାଲୁଗାଁ ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ ପରେ ୫ ଜଣଙ୍କ ସମ୍ପୃକ୍ତି ନେଇ ଜାଣିବାକୁ ପାଇଛି ପୁଲିସ । ୩ ଜଣ ଗିରଫ ହୋଇଛନ୍ତି । ଆଇଏନଏସ ଚିଲିକାର ଟ୍ରେନିଂ ପ୍ରଶିକ୍ଷକ ବିନୟ ରାୟ, ଆଣ୍ଡାମାନ ନିକୋବର ଆଇଏନଏସ କେଶରୀର ସତ୍ୟମ ଚହର ଓ ନୌସେନାରୁ ତଡ଼ା ଖାଇଥିବା ଭୂଷଣକୁ ଗିରଫ କରିଛି ପୁଲିସ । ଭୂଷଣ ଓ ସତ୍ୟମର ଘର ଉତ୍ତରପ୍ରଦେଶ ଓ ବିନୟର ଘର ବିହାରରେ । ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଆଣ୍ଡାମାନ ନିକୋବରର ଆଇଏନଏସ କେଶରୀରେ କାର୍ଯ୍ୟରତ ଅଛନ୍ତି । ଏହି ଦୁଇ ଜଣଙ୍କୁ ସିଭିଲ ଆରେଷ୍ଟ କରିବା ପାଇଁ କମାଣ୍ଡାଣ୍ଟଙ୍କୁ ଚିଠି ଲେଖିଛି ପୁଲିସ ।

ଗତବର୍ଷ ନଭେମ୍ୱର ମାସରେ ନୌସେନା ଅଗ୍ନିବୀରଙ୍କର ନିଯୁକ୍ତି ଚାଲିଥିଲା । ରାଜ୍ୟର କୋଣ ଅନୁକୋଣରୁ ଆଇଏନଏସ ଚିଲିକା ଆସିଥିଲେ ଆଶାୟୀ । ଚାକିରି ଆଶାୟୀଙ୍କଠାରୁ ୩୦ ହଜାରରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କେତେବେଳେ ନଗଦ ଟଙ୍କା ତ ପୁଣି କେତେବେଳେ ଫୋନ ପେରେ ନେଉଥିଲେ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଏନେଇ ଅନେକ ତଥ୍ୟ ପାଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିଲା ୪ଟି ମୋବାଇଲରୁ ଅନେକ ତଥ୍ୟ ଯୋଗାଡ କରାଯାଉଛି । ନୌସେନା କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଅବସରପ୍ରାପ୍ତ ନୌସୈନିକ । 

ଚିଲିକାଠାରୁ ଆଣ୍ଡାମାନ ଯାଏ ଦୁର୍ନୀତିର ଚେର ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି । ଏହାସହ ଅନ୍ୟଦୁଇଟି ସ୍ଥାନରେ ବି ଜାଲିଆତି ହୋଇଥିବା ଖବର ପାଇଛି ପୁଲିସ । ଦେଶର ଆଉ କେଉଁ କେଉଁ ରାଜ୍ୟରେ ଏଭଳି ଦୁର୍ନୀତି ହୋଇଛି, ପୁଲିସ ଖୋଲତାଡ଼ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe