ବଡ଼ଦିନରେ ବଡ଼ ଲୁଟ୍ । ଗୋଟିଏ ଗାଁର ୫ଟି ଘରୁ ସିରିଜ୍ ଚୋରି ।

Advertisment

ଗାଁର ୫ଟି ଘରୁ ସିରିଜ୍ ଚୋରି । ବଡ଼ଦିନ ପାଇଁ ଚର୍ଚ୍ଚ ଯାଇଥିବାବେଳେ ଘରେ ବୁଲାଇଲେ କଳାକନା ।

ଗାଁର ୫ଟି ଘରୁ ସିରିଜ୍ ଚୋରି । ବଡ଼ଦିନ ପାଇଁ ଚର୍ଚ୍ଚ ଯାଇଥିବାବେଳେ ଘରେ ବୁଲାଇଲେ କଳାକନା ।

LOOT 33

Photograph: (kanaknews)

କନକ ବ୍ୟୁରୋ: ଖୁସିର ଦିନରେ ଦୁଃଖର ମାହୋଲ । ବଡ଼ଦିନ ପାଇଁ ଚର୍ଚ୍ଚକୁ ଯାଇଥିବା ବେଳେ ସିରିଜ ଚୋରି । ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡା ଗାଁର ୫ଟି ଘରୁ ଲୁଟ୍ ହୋଇଛି । ମେନଗେଟ୍‌କୁ ଗ୍ୟାସ କଟରରେ କାଟିବା ସହ ଭିତର ଗେଟକୁ ମଧ୍ୟ କାଟି ଦେଇଛନ୍ତି ।

ଆଲମିରା ଲକର ଭିତରୁ ସବୁ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ୫ଟି ଯାକ ଘରୁ ଏପରି ଢଙ୍ଗରେ ଲୁଟ୍ ହୋଇଛି । ଗତକାଲି ରାତିରେ ଚର୍ଚ୍ଚକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଆଜି ସକାଳୁ ସେମାନ ଚର୍ଚ୍ଚରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ୫ଟି ଘରୁ ୫୦୦ ଗ୍ରାମରୁ ଅଧିକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe