କନକ ବ୍ୟୁରୋ: ଖୁସିର ଦିନରେ ଦୁଃଖର ମାହୋଲ । ବଡ଼ଦିନ ପାଇଁ ଚର୍ଚ୍ଚକୁ ଯାଇଥିବା ବେଳେ ସିରିଜ ଚୋରି । ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡା ଗାଁର ୫ଟି ଘରୁ ଲୁଟ୍ ହୋଇଛି । ମେନଗେଟ୍କୁ ଗ୍ୟାସ କଟରରେ କାଟିବା ସହ ଭିତର ଗେଟକୁ ମଧ୍ୟ କାଟି ଦେଇଛନ୍ତି ।
ଆଲମିରା ଲକର ଭିତରୁ ସବୁ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ୫ଟି ଯାକ ଘରୁ ଏପରି ଢଙ୍ଗରେ ଲୁଟ୍ ହୋଇଛି । ଗତକାଲି ରାତିରେ ଚର୍ଚ୍ଚକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଆଜି ସକାଳୁ ସେମାନ ଚର୍ଚ୍ଚରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ୫ଟି ଘରୁ ୫୦୦ ଗ୍ରାମରୁ ଅଧିକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/25/nAyJ3e1n50C0Z1AEd5nq.jpg)