କନକବ୍ୟୁରୋ : ମାଲେଗାଁଓ ବିସ୍ଫୋରଣକୁ ଗୈରକ ଆତଙ୍କବାଦର ଆଖ୍ୟା ଦେବାକୁ ହୋଇଥିଲା ଚେଷ୍ଟା ।  ସଂଘ ପରିବାର ଓ ବିଜେପିକୁ ନିନ୍ଦିତ କରିବା ପାଇଁ ହୋଇଥିବା ବଡ଼ ଷଡ଼ଯନ୍ତ୍ର ।  ଏହି ମାମଲାରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗତକାଲି ମାମଲାର ରାୟ ପ୍ରକାଶ ପରେ ଆଜି ଏହି ଖୁଲାସା ହୋଇଛି ।  

Advertisment

ମାଲେଗାଁଓ ବିସ୍ଫୋରଣ ପରେ ଏହାକୁ ନେଇ ହୋଇଥିଲା ବଡ଼ ଷଡ଼ଷନ୍ତ୍ର।  ଏହାକୁ ଗୈରିକ ଆତଙ୍କବାଦ ବା ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ  ଚେଷ୍ଟା କରାଯାଇଥିଲା । ଏପରିକି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ- ଆରଏସଏସର ମୁଖ୍ୟ ମୋହନ ଭାଗୱତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଉକିଛି ଲୋକଙ୍କୁ ଗିରଫ କରିବା ପାଇଁ ମହାରାଷ୍ଟ୍ର ଆଣ୍ଟି ଟେରରିଜମ୍ ସ୍କ୍ବାଡ-ଏଟିଏସର ତଦନ୍ତ ଅଧିକାରୀ ପରମବୀର ସିଂହ ନିର୍ଦ୍ଦେଶ ଦେଇଥିଲେ ।  ମାମଲାର  ପ୍ରାରମ୍ଭିକ ତଦନ୍ତ କରିଥିବା ଏଟିଏସର ଜଣେ ପୂର୍ବତନ ଅଧିକାରୀ ମେହେବୁବ ମୁଜୱାର ଏହି ଖୁଲାସା କରିଛନ୍ତି ।  ଗତକାଲି ମାମଲାର ରାୟ ପ୍ରକାଶ ପାଇଛି ।  

ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ମୋଟ୍ ୭ଜଣ ଦୋଷମୁକ୍ତ  ହୋଇଛନ୍ତି । ଜାତୀୟ ତଦନ୍ତ ସଂସ୍ଥା- ଏନଆଇଏର ସ୍ୱତନ୍ତ୍ର ଅଦାଲତ ଦୋଷମୁକ୍ତ କରିଛନ୍ତି । ଏହା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିସ୍ଫୋରଣ ପରେ ବିଜେପି ଓ ସଂଘ ପରିବାରକୁ ନିନ୍ଦିତ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ପରେ ବିଭିନ୍ନ ଦଳର ନେତା ପରସ୍ପର ଉପରେ ଖଡଗ ହସ୍ତ ହୋଇଛନ୍ତି । ୨୦୦୮ ସେପ୍ଟେମ୍ୱର ୨୯ ତାରିଖରେ ମହାରାଷ୍ଟ୍ରର ମାଲେଗାଁଓର ଏକ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା ।  ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ ।