କନକ ବ୍ୟୁରୋ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ବସ୍ତି । କାରଣ ତାଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ନାମରେ  ଏକ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା । ସୁପ୍ରିମ୍‌କୋର୍ଟ ଏବେ ସେହି ମାମଲାର ଶୁଣାଣିକୁ ସ୍ଥଗିତ ରଖି ଦେଇଛନ୍ତି ।

Advertisment

ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାୟର ହୋଇଥିବା ଏକ ସ୍ୱତନ୍ତ୍ର ଅନୁମତି ଆବେଦନର ଶୁଣାଣି କରିଥିଲେ । ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏପରି ଅନେକ ରାୟ ରହିଛି । ସେଥିପାଇଁ କେବଳ ପୀଡିତ ବ୍ୟକ୍ତି ହିଁ ମାନହାନି ଅଭିଯୋଗ ଦାଖଲ କରିପାରିବେ ଏବଂ ଅଭିଯୋଗ କୌଣସି ପ୍ରକ୍ସି ପାର୍ଟି ଦ୍ୱାରା ଦାଖଲ କରାଯାଇପାରିବ ନାହିଁ ।