କନକ ବ୍ୟୁରୋ : ଆମେରିକାରେ ଏଚ୍-୧ବି ଭିସା ଫି' ନିୟମ ନେଇ ଆସିଲା ସ୍ପଷ୍ଟୀକରଣ। ଛାତ୍ରଛାତ୍ରୀ ଓ ଟେକ୍ ପେସାଦାରଙ୍କୁ ବଡ଼ ଆଶ୍ୱସ୍ତି । ଆମେରିକାରେ ଥିବା ଭାରତୀୟ ପେସାଦାର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଭଲ ଖବର। ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ସେପ୍ଟେମ୍ବର ମାସରେ ଲାଗୁ ହୋଇଥିବା ବିବାଦୀୟ ୧ ଲକ୍ଷ ଡଲାରର ଏଚ୍-୧ବି ଭିସା ଭିସା ଫି’ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ୟୁଏସ୍ ସିଟିଜେନସିପ୍ ଆଣ୍ଡ୍ ଇମିଗ୍ରେସନ୍ ସର୍ଭିସେସ୍ ଜଣାଇଛି ଯେ, ଏହି ନୂଆ ଫି' କେବଳ ସେହି ନୂତନ ଏଚ୍-୧ବି ଭିସା  ଆବେଦନକାରୀଙ୍କ ଉପରେ ଲାଗୁ ହେବ, ଯେଉଁମାନେ ଆମେରିକା ବାହାରେ ଅଛନ୍ତି ଏବଂ ସେମାନଙ୍କ ପାଖରେ ବୈଧ ଏଚ୍-୧ବି ଭିସା  ନାହିଁ । ୟୁଏସସିଆଇଏସ୍  ସ୍ପଷ୍ଟ କରିଛି ଯେ, "ଷ୍ଟାଟସ୍ ପରିବର୍ତ୍ତନ" ମାମଲା ପାଇଁ ଏହି ଫି' ଲାଗୁ ହେବ ନାହିଁ । ଏହି ସ୍ପଷ୍ଟୀକରଣ ଫଳରେ ନିଯୁକ୍ତିଦାତାମାନେ ଏବେ ଆମେରିକା ଭିତରେ ଷ୍ଟାଟସ୍ ପରିବର୍ତ୍ତନ ପାଇଁ ଆବେଦନ ଆଗକୁ ବଢ଼ାଇ ପାରିବେ  ।

Advertisment

ଫି' କେବଳ ସେପ୍ଟେମ୍ବର ୨୧, ୨୦୨୫ ପରେ ଆମେରିକା ବାହାରେ ଥିବା ନୂତନ ଏଚ୍-୧ବି ଭିସା ଆବେଦନକାରୀଙ୍କ ପାଇଁ ଲାଗୁ ହେବ  । ଯେଉଁମାନଙ୍କ ପାଖରେ ବୈଧ ଭିସା ନାହିଁ , ସେମାନଙ୍କ କ୍ଷେତ୍ରରେ ଲାଗୁ ହେବ ।ଆମେରିକା ଭିତରେ "ଷ୍ଟାଟସ୍ ପରିବର୍ତ୍ତନ" କରୁଥିବା ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଡଲାର ଫି' ଛାଡ ।

ଏଫ୍-୧  ଛାତ୍ର ଭିସାରୁ ଏଚ୍-୧ବି  ୱାର୍କ ଭିସାକୁ ପରିବର୍ତ୍ତନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଫି' ଦେବାକୁ ପଡ଼ିବନି  ।  ୨୦୨୪ରେ ୭୦% ଏଚ୍-୧ବି ଭିସା ଭାରତୀୟଙ୍କୁ ମିଳିଥିଲା । ଟ୍ରମ୍ପ ପ୍ରଶାସନର ସ୍ପଷ୍ଟୀକରଣ ଭାରତୀୟ ଟେକ୍ ପେସାଦାର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି  । ବୈଧ ଏଚ୍-୧ବି  ଭିସା ଥିବା ବ୍ୟକ୍ତି ପ୍ରତିବନ୍ଧକ ବିନା ଆମେରିକାରେ ଯାତ୍ରା ଓ ପୁନଃ-ପ୍ରବେଶ କରିପାରିବେ  ।   ଆମେରିକା ଭିତରେ ଦାଖଲ ସଂଶୋଧନ,  ସ୍ଥିତି ପରିବର୍ତ୍ତନ, କିମ୍ବା ରହଣି ଅବଧି ବୃଦ୍ଧି ପାଇଁ ଏହି ଫି’ ଲାଗୁ ହେବନି 
 ସେପ୍ଟେମ୍ବର ୨୧, ୨୦୨୫ ପୂର୍ବରୁ ଦାଖଲ ଆବେଦନ କିମ୍ବା ପୂର୍ବରୁ ଦିଆଯାଇଥିବା ଏଚ୍-୧ବି  ଭିସା ଉପରେ ନୂଆ ନିୟମ ଲାଗୁ ହେବ ନାହିଁ । ଯେଉଁମାନେ ଆମେରିକା ଭିତରୁ ଆବେଦନ କରି କନ୍‌ସୁଲାର୍ ବା ପୋର୍ଟ-ଅଫ୍-ଏଣ୍ଟ୍ରି ପ୍ରକ୍ରିୟା ପାଇଁ ଅନୁରୋଧ କରୁଛନ୍ତି, ସେମାନଙ୍କ ପାଇଁ ଫି' ଲାଗୁ ହେବ ।