Hemant Soren Photograph: (kanak news)
କନକ ବ୍ୟୁରୋ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ସୋରେନଙ୍କ ବିରୋଧରେ ଟ୍ରାଏଲ୍ କୋର୍ଟରେ ଚଲାଇଥିବା କାର୍ଯ୍ୟଧାରାକୁ ସ୍ଥଗିତ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଇଡି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋର୍ଟ ଇଡିକୁ ଏକ ନୋଟିସ ଜାରି କରିବା ସହ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଆପଣ ଅନେକ ବଡ଼ ମାମଲା ଦାୟର କରିଛନ୍ତି। ସେଗୁଡ଼ିକ ଉପରେ ଧ୍ୟାନ ଦେଲେ ଭଲ ହେବ ।
ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଦେବା ସମୟରେ, ସିଜେଆଇ ସୂର୍ଯ୍ୟକାନ୍ତ ବ୍ୟାଙ୍ଗାତ୍ମକ ଭାବେ ମନ୍ତବ୍ୟ ଦେଇ କହିଛନ୍ତି, ଗତକାଲି ଆମେ ଖବରକାଗଜରେ ପଢ଼ିଥିଲୁ ଯେ ଇଡି ଅନେକ ମାମଲା ରୁଜୁ କରିଛି। ସେଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବଡ଼ ମାମଲାଗୁଡ଼ିକ ଉପରେ ଆପଣଙ୍କର ଶକ୍ତି କେନ୍ଦ୍ରିତ କରନ୍ତୁ, ଯାହା ସକାରାତ୍ମକ ଫଳାଫଳ ଦେବ। ଇଡି ଓକିଲ କୋର୍ଟରେ କହିଥିଲେ ଯେ ହେମନ୍ତ ସୋରେନଙ୍କୁ ସାତ ଥର ସମନ କରାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଇଡିର ଏହି ଅଭିଯୋଗ ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଓକିଲ ମୁକୁଲ ରୋହତଗି ଜବାବ ଦେଇଥିଲେ ଯେ ହେମନ୍ତ ସୋରେନ ତିନି ଥର ହାଜର ହୋଇଥିଲେ କିନ୍ତୁ ତାଙ୍କୁ ଗିରଫ କରାଯାଇଥିଲା ।
ଅଧିକ ପଢ଼ନ୍ତୁ---ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ; କିଶୋରୀଙ୍କୁ ଦିଆଯିବ କ୍ୟାନ୍ସର ଭ୍ୟାକ୍ସିନ
Follow Us