କେବେ ଫେରିବେ ସୁନୀତା ୱିଲିୟମ୍ସ ? ଆଜି ସ୍ପେଶ୍ ଷ୍ଟେସନରୁ ଅଲଗା ହେବ ଷ୍ଟାରଲାଇନର କ୍ୟାପସୁଲ

କେବେ ଫେରିବେ ସୁନୀତା ୱିଲିୟମ୍ସ ? ଆଜି ସ୍ପେଶ୍ ଷ୍ଟେସନରୁ ଅଲଗା ହେବ ଷ୍ଟାରଲାଇନର କ୍ୟାପସୁଲ, ଏବେ ଫେରିବେନି ସୁନୀତା ଓ ବ୍ୟାରି ୱିଲମର । ୭ତାରିଖରେ ପୃଥିବୀରେ ଅବତରଣ କରିବ ଖାଲି ଷ୍ଟାରଲାଇନର ।

sunita w

କନକ ବ୍ୟୁରୋ: ଆଜି ସ୍ପେସ୍ ଷ୍ଟେସନରୁ ଅଲଗା ହେବ ଷ୍ଟାରଲାଇନର କ୍ୟାପସୁଲ। ଏବେ ଫେରିବେନି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍ ୱିଲମୋର। ଆସନ୍ତା କାଲି ସକାଳ ୧୦ଟା ସମୟରେ ବିନା ମହାକାଶଚାରୀରେ ପୃଥିବୀରେ ଅବତରଣ କରିବ ମହାକାଶ ଯାନ। ଏହା ପୂର୍ବରୁ ଯେଉଁ ଷ୍ଟାରଲାଇନର କ୍ୟାପସୁଲରେ ସୁନୀତା ୱିଲିୟମ୍ସ, ବଚ୍ ୱିଲମୋର ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯାଇଥିଲେ ତାର ସିଟକୁ ସେହି ଯାନରୁ ସେ ଅଲଗା କରିଦିଆଯାଇଛି। ବିଳମ୍ୱିତ ରାତି ପାଖାପାଖି ୩ଟା ୧୫ ସମୟରେ ସ୍ପେଶ ଷ୍ଟେସନରୁ ଷ୍ଟାରଲାଇନର ଏହି କ୍ୟାପସୁଲକୁ ଅଲଗା କରାଯିବ। ପାଖାପାଖି ସାଢେ ସାତ ଘଣ୍ଟାର ଯାତ୍ରା କରିବା ପରେ ୭ ସେପ୍ଟେମ୍ୱରର ସକାଳ ୧୦ଟା ସମୟରେ ପୃଥିବୀରେ ଅବତରଣ କରିବ ଏହି କ୍ୟାପସୁଲ। 

ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡସ୍ ସ୍ପେସ୍ ହାର୍ବରରେ ଅବତରଣ ହେବାକୁ ଥିବା ଏହି କ୍ୟାପସୁଲରେ ସୁନୀତା ୱିଲିୟମ୍ସ କି ବଚ୍ ୱିଲମୋର ଫେରିବେ ନାହିଁ। ଏହି ସ୍ପେଶସ୍କ୍ରାଫ୍ଟରେ ସ୍ପେସ୍ ଷ୍ଟେସନରୁ ବାହାର କରାଯାଇଥିବା ବର୍ଜ୍ୟବସ୍ତୁକୁ ଅଣାଯିବ। ନାସା ପକ୍ଷରୁ ଏହାକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟରେ ସିଧା ପ୍ରସାରଣ କରାଯିବ। ଜୁନ ୫, ୨୦୨୪ରେ ମହାକାଶକୁ ୮ଦିନ ପାଇଁ ଯାଇଥିବା ବେଳେ ସୁନୀତା ଓ ବଚ୍ ୱିଲମୋର ୩ମାସ ଧରି ସେଠାରେ ଫଶି ରହିଛନ୍ତି। ୨୦୨୫ ଫେବ୍ରଆରୀ ମାସରେ ଉଭୟ ସୁନୀତା ଓ ବଚ ୱିଲମୋର ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ମହାକାଶ ଯାନରେ ପୃଥୀବି ପୃଷ୍ଠକୁ ଫେରିବେ ବୋଲି ଆଶା କରାଯାଉଛି। 

•    ଆଜି ସ୍ପେସ୍ ଷ୍ଟେସନରୁ ଅଲଗା ହେବ ଷ୍ଟାରଲାଇନର କ୍ୟାପସୁଲ
•    ବିଳମ୍ୱିତ ରାତି ପାଖାପାଖି ୩ଟା ୧୫ ସମୟରେ ଆରମ୍ଭ ହେବ ପ୍ରକ୍ରିୟା
•    ଆସନ୍ତାକାଲି ସକାଳ ୧୦ଟାରେ ପୃଥିବୀ ପୃଷ୍ଠରେ ଅବତରଣ କରିବ 
•    ନ୍ୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡସ୍ ସ୍ପେସ୍ ହାର୍ବରରେ ଅବତରଣ 
•    ନାସାର ସୋସିଆଲ ମିଡିଆ ଆକାଉଣ୍ଟରେ ହେବ ସିଧାପ୍ରସାରଣ 
•    କ୍ୟାପସୁଲରେ ସ୍ପେସ୍ ଷ୍ଟେସନର ବର୍ଜ୍ୟବସ୍ତୁକୁ ଅଣାଯିବ
•    ଏବେ ଫେରିବେନି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର
•    ଜୁନ ୫, ୨୦୨୪ରେ ୮ଦିନ ପାଇଁ ମହାକାଶକୁ ଯାଇଥିଲେ 
•    ୩ମାସ ଧରି ମହାକାଶରେ ଫଶି ରହିଛନ୍ତି ସୁନୀତା ଓ ବଚ୍ ୱିଲମୋର
•    ୨୦୨୫ ଫେବ୍ରଆରୀ ମାସରେ ଉଭୟ ସ୍ପେଶ ଏକ୍ସର ସ୍ୱତନ୍ତ୍ର ମହାକାଶ ଯାନରେ ଫେରିପାରନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe