କନକବ୍ୟୁରୋ : ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ । ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି ।  ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଥଣ୍ଡା ସତର୍କତା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଛି । ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ସୋମବାର ୟୁଏସ୍‌ କ୍ୟାପିଟାଲ ଭିତରେ ହେବ ।  ୪୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଜଣେ ।ତେବେ ଶପଥ ପାଠ ପାଇଁ ବଡ ଆୟୋଜନ କରାଯାଇଛି  । ଅନେକ ରାଷ୍ଟ୍ରନେତା ପହଁଚିବେ ।ଭାରତରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯୋଗ ଦେବେ   ।

Advertisment

ଟ୍ରମ୍ପଙ୍କ ଶପଥ ପାଠ ପାଇଁ…
ଜାନୁଆରୀ ୨୦ରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ପାଠ ସମାରୋହ
୪୦ବର୍ଷ ପରେ ପ୍ରଥମ ଥର ପାଇଁ ବଦଳିଛି ଶପଥ ସମାରୋହ ସ୍ଥାନ
ଭାରତ ସମେତ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ସ୍ବାଗତ
ଚୀନ, ଆର୍ଜେଣ୍ଟିନା,ଇଟାଲୀ,ଫ୍ରାନ୍ସ ସମେତ ବହୁ ଦେଶକୁ ନିମନ୍ତ୍ରଣ ମିଳିଛି
ରୁଷ,ୟୁକ୍ରେନ,ଉତରକୋରିଆ ସମେତ ୫ ଦେଶକୁ ନିମନ୍ତ୍ରଣ ମିଳିନି 
ବିଭିନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଥିବା ସୂଚନା