କନକ ବ୍ୟୁରୋ: ଭାରତ-ପାକିସ୍ତାନ ଟେନସନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ । ଭାରତୀୟ ନୌସେନାରେ ସାମିଲ ହେଲା ୨୬ ନୂଆ ରାଫେଲ । ୨୬ ନୂଆ ରାଫେଲ କିଣିବା ଫ୍ରାନ୍ସ ସହ ଫାଇନାଲ ଚୁକ୍ତି କରିଛି ଭାରତ । ୬୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜଭୁତ କରିବ । ଏଥିରେ ୨୨ଟି ସିଣ୍ଡିଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଡବଲ ସିଟର ଟ୍ରେନର ଯୁଦ୍ଧବିମାନ ରହିଛି । ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷର ହୋଇଛି । ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନସ୍ ବିକ୍ରମାଦିତ୍ୟ ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏସଏସ ବିକ୍ରାନ୍ତରେ ସାମିଲ ହେବ । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧବିମାନର ମରାମତି, ଚାଳକଙ୍କୁ ପ୍ରଶିକ୍ଷଣ, କିଛି ପାର୍ଟସର ଘରୋଇ ନିର୍ମାଣ ମଧ୍ୟ କରାଯିବ । ଏହା ଭିତରେ ଗତକାଲି ଆରବ ସାଗରରେ ନୌସେନା ପକ୍ଷରୁ ଆଇଏନଏସ୍ ସୁରଟରୁ ଆଣ୍ଟି ସିପ୍ ମିସାଇଲ ପରୀକ୍ଷଣ ହୋଇଛି ।
ନୌସେନାକୁ ରାଫେଲ୍ ବଳ
ଭାରତ-ପାକିସ୍ତାନ ଟେନସନ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଡିଲ
୨୬ ନୂଆ ରାଫେଲ କିଣିବା ନେଇ ଫ୍ରାନ୍ସ ସହ ଫାଇନାଲ ଚୁକ୍ତି
୬୩ ହଜାର କୋଟି ଟଙ୍କାର ଭାରତ କିଣିଲା ୨୬ ରାଫେଲ ଯୁଦ୍ଧବିମାନ
ଏଥିରେ ୨୨ଟି ସିଣ୍ଡିଲ ସିଟର ରାଫେଲ-ଏମ- ଜେଟ୍
୪ଟି ଡବଲ ସିଟର ଟ୍ରେନର ରାଫେଲ ଯୁଦ୍ଧବିମାନ ଆସିବ
ଭାରତର ପ୍ରତିରକ୍ଷା ସଚିବ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ଉପସ୍ଥତିରି ଚୁକ୍ତି ହେବ
ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି
ଆସନ୍ତା ୨୦୨୮ରୁ ୨୦୨୯ ଭିତରେ ୨୬ ରାଫେଲ ଯୁଦ୍ଧବିମାନ ଭାରତକୁ ଆସିବ
ତେବେ ୨୦୩୧-୩୨ ସୁଦ୍ଧା ଏହି ଫାଇଟର ଜେଟ ନୌସେନାରେ ସାମିଲ ହେବ।
ଯୁଦ୍ଧବିମାନ ପରିବହନକାରୀ ଯୁଦ୍ଧଜାହାଜ ଆଇଏନସ୍ ବିକ୍ରମାଦିତ୍ୟରେ ସାମିଲ ହେବ
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତରେ ସାମିଲ ହେବ ରାଫେଲ
ଚୁକ୍ତି ଅନୁଯାୟୀ ବିମାନର ମରାମତି, ପ୍ରଶିକ୍ଷଣ, କିଛି ପାଟ୍ସର ଘରୋଇ ନିର୍ମାଣ ମଧ୍ୟ କରାଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/28/fUVGYmSs8z3W80GyQ7XW.jpg)