ଆମେରିକା କାଲିଫର୍ଣ୍ଣିଆରେ ବଡ ବିମାନ ଦୁର୍ଘଟଣା । ଗୋଦାମଘର ଛାତରେ ପିଟିହେଲା ଯାତ୍ରୀବାହୀ ବିମାନ

ଆମେରିକାରେ ଆଉ ଏକ ବଡ଼ ଦୁର୍ଘଟଣା । ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

DES VIDES 5

DES VIDES 5 Photograph: (KanakNews )

କନକ ବ୍ୟୁରୋ : ଆମେରିକାରେ ଆଉ ଏକ ବଡ଼ ଦୁର୍ଘଟଣା । ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । 

ସୂଚନା ଅନୁଯାୟୀ, ବିମାନଟି ଏକ ବଡ଼ ଗୋଦାମର ଛାତ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।କାଲିଫର୍ଣ୍ଣିଆର ଫୁଲର୍ଟନ ଏୟାରପୋର୍ଟ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହାର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ  ।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବିମାନଟି ଏକ ବଡ଼ ଗୋଦାମର ଛାତ ଉପରେ ଖସି ପଡ଼ିଥିଲା । ଏହାପରେ ଗୋଦାମରୁ ଧୂଆଁ ବାହାରୁଛି । ଦୁର୍ଘଟଣା ସମୟରେ ଗୋଦାମରେ ବହୁ ଲୋକ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe