କନକ ବ୍ୟୁରୋ : ଆମେରିକାରେ ଆଉ ଏକ ବଡ଼ ଦୁର୍ଘଟଣା । ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ବିମାନଟି ଏକ ବଡ଼ ଗୋଦାମର ଛାତ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।କାଲିଫର୍ଣ୍ଣିଆର ଫୁଲର୍ଟନ ଏୟାରପୋର୍ଟ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହାର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବିମାନଟି ଏକ ବଡ଼ ଗୋଦାମର ଛାତ ଉପରେ ଖସି ପଡ଼ିଥିଲା । ଏହାପରେ ଗୋଦାମରୁ ଧୂଆଁ ବାହାରୁଛି । ଦୁର୍ଘଟଣା ସମୟରେ ଗୋଦାମରେ ବହୁ ଲୋକ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/03/a9Lx0rDCXvZcO11yTbVe.jpg)