କନକ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ନିଜର ଗତିପଥ ପରିବର୍ତ୍ତନ କରିଥା’ନ୍ତି । ସୂର୍ଯ୍ୟ ପ୍ରାୟ ୧୩ ରୁ ୧୪ ଦିନ ଗୋଟିଏ ନକ୍ଷତ୍ରରେ ରୁହନ୍ତି ଏବଂ ପରେ ଅନ୍ୟ ନକ୍ଷତ୍ରକୁ ଗମନ କରନ୍ତି । ୧୦ ଅକ୍ଟୋବର ରାତି ୮ ଟା ୧୯ ମିନିଟରେ ସୂର୍ଯ୍ୟ ଚିତ୍ରା ନକ୍ଷତ୍ରରେ ଗମନ କରିବେ ଏବଂ ଅକ୍ଟୋବର ୨୩ ଯାଏଁ ଏହି ନକ୍ଷତ୍ରରେ ରହିବେ । ଚିତ୍ରା ନକ୍ଷତ୍ରର ଅଧିପତି ମଙ୍ଗଳ ହେଉଛନ୍ତି ଗ୍ରହମାନଙ୍କର ସେନାପତି । ମଙ୍ଗଳର ଚିତ୍ରା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗମନର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡ଼ିବ । କିନ୍ତୁ କିଛି ରାଶି ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନରୁ ଶୁଭଫଳ ପାଇବେ । ଗ୍ରହମାନଙ୍କ ରାଜା ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରି ଏହି ରାଶିମାନଙ୍କ ଜୀବନରେ ଶୁଭ ସମୟ ଆଣିପାରିବେ । ତେବେ ଏହାଦ୍ବାରା କେଉଁ ରାଶିର ଭାଗ୍ୟ ହେବ ପରିବର୍ତ୍ତନ ଆସନ୍ତୁ ଜାଣିବା ।
ବୃଷ
ସୂର୍ଯ୍ୟଙ୍କ ନକ୍ଷତ୍ରରେ ପରିବର୍ତ୍ତନ ବୃଷ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ । ଏହି ସମୟରେ ଆପଣ ଭୌତିକ ସୁବିଧାରେ ବୃଦ୍ଧି ଅନୁଭବ କରିବେ । ଏହି ରାଶିର ବ୍ୟକ୍ତିବିଶେଷଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇପାରେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ପଦୋନ୍ନତି ଏବଂ ଆୟ ବୃଦ୍ଧି ହୋଇପାରେ । ସାହସ ଏବଂ ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହେବ ।
ସିଂହ
ସୂର୍ଯ୍ୟଙ୍କ ନକ୍ଷତ୍ରରେ ପରିବର୍ତ୍ତନ ସିଂହ ରାଶି ପାଇଁ ମଧ୍ୟ ଶୁଭ ରହିବ । ଏହି ରାଶିର ମାଲିକ ଗ୍ରହ ସୂର୍ଯ୍ୟ । ସୂର୍ଯ୍ୟଙ୍କ ଭ୍ରମଣ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆର୍ଥିକ ଲାଭ ଆଣିବା ସହ ଜୀବନରେ ସ୍ଥିରତା ଆଣିବ । ଆର୍ଥିକ ସମସ୍ୟାର ମଧ୍ୟ ସମାଧାନ ହୋଇପାରେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନେ ଶୁଭଫଳ ପାଇପାରନ୍ତି । ବ୍ୟବସାୟ ପାଇଁ ମଧ୍ୟ ଏହି ସମୟଟି ଅନୁକୂଳ ରହିବ । ଚାକିରି ଖୋଜୁଥିବା ଲୋକଙ୍କୁ ମନମୁନାବକ ନିଯୁକ୍ତି ମିଳିପାରିବ ।
କନ୍ୟା
କନ୍ୟା ରାଶି ପାଇଁ ମଧ୍ୟ ଏହି ସମୟଟି ସକାରାତ୍ମକ ରହିବ । ଅଟକି ରହିଥିବା କାମ ହେବ । କିଛି ନୂଆ କାମ କରିବା ପାଇଁ ମନ ବଳାଇବେ । ଆର୍ଥିକ ଲାଭ ସାଙ୍ଗକୁ ସଞ୍ଚୟ କରିବା ପାଇଁ ମଧ୍ୟ ଇଚ୍ଛା କରିବେ । କର୍ମକ୍ଷେତ୍ରରେ ଭଲ କାମ କରି ପ୍ରଶଂସା ପାଇପାରନ୍ତି । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ ।