ବିସିସିଆଇରୁ ଆସିଲା ବଡ଼ ଖବର, ବିଶ୍ୱକପରୁ ବାଦ୍ ପଡ଼ିପାରନ୍ତି ରୋ-କୋ ଯୋଡ଼ି

ମୁଖ୍ୟ ଚୟନକର୍ତ୍ତା ଅଗରକର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ସହ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ । ରୋହିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଯାଇଛି ।

roko

Photograph: (social media)

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇ ସାରିଛି ଭାରତୀୟ ଦଳ । ଆଉ ଏଥିରେ ଦିନିକିଆ ଟିମ୍ ପାଇଁ ଏମିତି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । କାରଣ ଏଥିରେ ଦିନିକିଆ ଅଧିନାୟକ ପଦରୁ ରୋହିତଙ୍କୁ ହଟାଇ ଦିଆଯାଇଛି । ଆଉ ରୋହିତଙ୍କ ସ୍ଥାନରେ ଗିଲଙ୍କୁ ଅଧିନାୟକ ପଦ ଦିଆଯାଇଛି । ପ୍ରାୟ ସମସ୍ତେ ଅନୁମାନ କରିଥିଲେ ଯେ ଆଠ ମାସ ପୂର୍ବରୁ ଚାମ୍ପିୟନ୍ସ ଟ୍ରଫି ବିଜୟ ପାଇଁ ନେତୃତ୍ୱ ନେଇଥିବା ରୋହିତ ଶର୍ମା କେବଳ ଆଗାମୀ ବର୍ଷ କିମ୍ବା ଦୁଇ ବର୍ଷ ପାଇଁ ନୁହେଁ, ବରଂ ୨୦୨୭ ବିଶ୍ୱକପ୍ ପାଇଁ ମଧ୍ୟ ଭାରତର ଅଧିନାୟକ ହେବେ । ହେଲେ ଟିମ୍ ମ୍ୟାନେଜମେଣ୍ଟ ସମସ୍ତ କଳ୍ପନାଜଳ୍ପନା ଏବଂ ଭବିଷ୍ୟବାଣୀକୁ ଭାଙ୍ଗି ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ ଏକଦିବସୀୟ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ ।

ମୁଖ୍ୟ ଚୟନକର୍ତ୍ତା ଅଗରକର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ସହ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ । ରୋହିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଯାଇଛି । ତଥାପି, ଯେତେବେଳେ ଅଗରକରଙ୍କୁ ୨୦୨୭ ବିଶ୍ୱକପରେ ରୋହିତ ଏବଂ ବିରାଟ ଖେଳିବା ବିଷୟରେ ପଚରାଯାଇଥିଲା, ସେ ପ୍ରଶ୍ନକୁ ଏଡେଇ ଦେଇଥିଲେ। 

ଅଗରକର କହିଛନ୍ତି, "ତିନିଟି ଫର୍ମାଟ୍ ପାଇଁ ତିନି ଜଣ ଭିନ୍ନ ଭିନ୍ନ ଅଧିନାୟକ ରଖିବା ଅତ୍ୟନ୍ତ ଅବାସ୍ତବ । ସେଥିପାଇଁ ଆମେ ଶୁବମନ ଗିଲଙ୍କୁ ଦିନିକିଆ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛୁ ।" ପୂର୍ବତନ ପେସର ଆହୁରି ମଧ୍ୟ କହିଛନ୍ତି, "ରୋହିତ ଏବଂ ବିରାଟ ବର୍ତ୍ତମାନ ସମାନ ଫର୍ମାଟରେ ଖେଳୁଛନ୍ତି । ସେମାନେ ୨୦୨୭ ବିଶ୍ୱକପ୍ ଖେଳିବେ କି ନାହିଁ କହି ହେଉନାହିଁ । ମୁଁ ଭାବୁଛି ଏହା ଉପରେ ଆଲୋଚନା କରିବା ଆବଶ୍ୟକ । କିନ୍ତୁ ଅଧିନାୟକତ୍ୱରେ ପରିବର୍ତ୍ତନ ଏକ ଏପରି ବିଷୟ ଯାହା ଆମେ ବିଚାର କରୁଥିଲୁ ।"

ଗିଲଙ୍କୁ ଦିନିକିଆ ଅଧିନାୟକ କେବଳ ବିଶ୍ୱକପ ପାଇଁ ନୁହେଁ ବରଂ ଆାଗମୀ ଭବିଷ୍ୟତକୁ ଲକ୍ଷ୍ୟ ରଖି କରାଯାଇଛି । ଗିଲଙ୍କୁ ଅଧିନାୟକ ଏଥିପାଇଁ କରାଯାଇଛି ଯେ ତାଙ୍କ ପାଖରେ ବହୁତ ସମୟ ଅଛି ଆଉ ସେ ଟିମକୁ ବି ଅଧିକରୁ ଅଧିକ ସମୟ ଦେଇପାରିବେ । ତେଣୁ ରେହିତଙ୍କଠାରୁ ଅଧିନାୟକ ଛଡ଼ାଇ ନେଇ ଗିଲଙ୍କୁ ଦିଆଯାଇଛି । ଆଉ ରୋ-କୋ ଯୋଡ଼ି ଆଗାମୀ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ ତାହା ଉପରେ ବି ଅନିଶ୍ଚିତତା ଲାଗି ରହିଛି । ଅର୍ଥାତ ଏହି ଦୁଇ ବରିଷ୍ଠ ଖେଳାଳି ବିଶ୍ୱକପ ଲିଷ୍ଟରେ ନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ସେପଟେ ୩ଟି ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାକ ରଖିବା ଅସମ୍ଭବ ବୋଲି ଅଜିତ ଅଗରକର କହିଥିଲେ । ଆଉ ଏମିତି ଦେଖିବାକୁ ଗଲେ ୨୦୨୬ ଟି-୨୦ ବିଶ୍ୱକପ ପରେ ଟି-୨୦ ଅଧିନାୟକ ଦାୟିତ୍ୱ ବି ଗିଲଙ୍କୁ ଦିଆଯାଇପାରେ । ଅଗରକରଙ୍କ ଏମିତି ବୟାନ ଏବେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe