କନକ ବ୍ୟୁରୋ: ମାର୍ଚ୍ଚ ୭ରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ଦିନ । ୮ ତାରିଖରୁ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ଦ୍ବିତୀୟ କିସ୍ତି। ସୁଭଦ୍ରା ଯୋଜନାକୁ ନେଇ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ରେଜିଷ୍ଟ୍ରେସନ କଲେ ବି ଫେବୃଆରୀରେ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଥିବା ବେଳେ ବାକି ଆବେଦନକାରୀଙ୍କ ଫିଜିକାଲ ଭେରିଫିକେଶନ ପାଇଁ ବ୍ଲକ ସ୍ତରରେ କୁହାଯାଇଥିବା ସେ କହିଛନ୍ତି ।

Advertisment

ହିତାଧିକାରୀ ମାନଙ୍କୁ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨ଲକ୍ଷ ୬୭ ହଜାର ଅଯୋଗ୍ୟ ଆବେଦନକାରୀଙ୍କ ମଧ୍ୟ ୨୨ ପ୍ରତିଶତ ହିତାଧିକାରୀଙ୍କ ଅସୁବିଧା ଦୂର ହୋଇସାରିଛି । ପ୍ରତ୍ୟେକ ଜିଲ୍ଲାରେ ବିଭାଗୀୟ ଅଧିକାରୀ ମାନେ ରିଭିୟୁ କରି ଏହି ସମସ୍ୟା ଦୂର କରୁଛନ୍ତି । ଶେଷ ହିତାଧିକାରୀଙ୍କ ପାଖରେ ପହଁଚିବା ଯାଏ ଏହି ଯୋଜନା ଚାଲୁରହିବ । ତେଣୁ କୌଣସି ହିତାଧିକାରୀ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।