କନକ ବ୍ୟୁରୋ : ବଡ ଭୟାନକ ସ୍ଥିତିରେ ଋଷ-ୟୁକ୍ରେନ ଯୁଦ୍ଧ । ଚିନ୍ତା ବଢାଇଛି ଉତ୍ତରକୋରିଆ । ଦୀର୍ଘ ୨ବର୍ଷ ହେବ ଜାରି ରହିଛି ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧ । ଏହାରି ଭିତରେ ନାଟୋର ଦାବି ଚିନ୍ତା ବଢ଼ାଇଛି । ଉଭୟ ନାଟୋ ଓ ୟୁକ୍ରେନ କହିଛନ୍ତି ଯେ ରୁଷକୁ ସାହାଯ୍ୟ କରୁଛି ଉତ୍ତରକୋରିଆ । ମସ୍କୋରେ ପହଁଞ୍ଚିଛନ୍ତି ୧୦ହଜାରରୁ ଅଧିକ ସୈନ୍ୟ ଖାଲି ସୈନ୍ୟ ନୁହେଁ ଉତ୍ତର କୋରିଆ ଋଷକୁ ପଠାଇଛି ୧୦ହଜାର ମିଜାଇଲ । କିମ ଜଙ୍ଗ ଉନଙ୍କ ନିର୍ଦ୍ଦେଶକ୍ରମେ ରୁଷରେ ପଂହଚିଛନ୍ତି ସୈନ୍ୟ ଓ ମିଜାଇଲ । ନାଟୋ କହିଛି ଯୁଦ୍ଧ ରେ ଋଷକୁ ସହାୟତ ପାଇଁ ଉତ୍ତରକୋରିଆର ସୈନ୍ୟ ମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଛି । ୟୁକ୍ରେନ ବିରୋଧରେ ଲଢ଼ିବେ ଉତ୍ତରକୋରିଆ ସେନା , ମସ୍କୋରେ ନେଉଛନ୍ତି ତାଲିମ ।
ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ; ଉତ୍ତରକୋରିଆର ମିସାଇଲ ପଠାଉଛି ଋଷ
ବଡ ଭୟାନକ ସ୍ଥିତିରେ ଋଷ-ୟୁକ୍ରେନ ଯୁଦ୍ଧ । ଚିନ୍ତା ବଢାଇଛି ଉତ୍ତରକୋରିଆ । ଦୀର୍ଘ ୨ବର୍ଷ ହେବ ଜାରି ରହିଛି ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧ । ଏହାରି ଭିତରେ ନାଟୋର ଦାବି ଚିନ୍ତା ବଢ଼ାଇଛି । ଉଭୟ ନାଟୋ ଓ ୟୁକ୍ରେନ କହିଛନ୍ତି ଯେ ରୁଷକୁ ସାହାଯ୍ୟ କରୁଛି ଉତ୍ତରକୋରିଆ ।