କନକ ବ୍ୟୁରୋ : PAN କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡିରେକ୍ଟ ଟ୍ୟାକ୍ସେସ୍ ତରଫରୁ ଏକ ସୂଚନା ଜାରି କରାଯାଇଛି । ଏହି ସୂଚନା ସେହି ପ୍ୟାନ୍‌ କାର୍ଡ ୟୁଜର୍ସମାନଙ୍କ ପାଇଁ,ଯେଉଁମାନେ ଆଧାରର ଏନରୋଲମେଣ୍ଟ ଆଇଡି ଦେଇ PAN କାର୍ଡ କରିଛନ୍ତି । ସୂଚନା, ମୁତାବକ ସେହି ସମସ୍ତ PAN ହୋଲ୍ଡର୍ସ ନିଜର ଆଧାର ନମ୍ବର ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟରେ ଦେବାକୁ ପଡିବ ।

Advertisment

ଏହି ବିଜ୍ଞପ୍ତି ଜାରି କରିବା ପଛରେ ଟ୍ୟାକ୍ସ ଡିପାର୍ଟମେଣ୍ଟର ଉଦ୍ଦେଶ୍ୟ ହେଉଛି PAN କୁ ଆଧାର ସହ ଲିଙ୍କ୍ କରିବା । CBDT ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡିରେକ୍ଟ ଟ୍ୟାକ୍ସେସ୍ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଇନକମ୍‌ ଟ୍ୟାକ୍ସ ଆଇନ ଅନୁସାରେ ୧୯୬୧ର ଧାରା 139AA (2A) ଅନୁଯାୟୀ ଯେଉଁ ବ୍ୟକ୍ତିମାନେ ୧ ଅକ୍ଟୋବର, ୨୦୨୪ ପୂର୍ବରୁ PAN କାର୍ଡ ପାଇଁ ଆବେଦନ କରିବା ସମୟରେ ଆଧାରର ନାମାଙ୍କନ ପରିଚୟପତ୍ର ଦାଖଲ କରିଛନ୍ତି, ସେମାନଙ୍କ ପାଇଁ ଆଧାର କାର୍ଡ ନମ୍ବର ଅପଡେଟ୍ କରିବା ବାଧ୍ୟତାମୂଳକ ।

ଜାଣନ୍ତୁ PAN ସହ ଆଧାର ଲିଙ୍କ୍ କରିବାର ସହଜ ଉପାୟ…

• ପ୍ରଥମେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟର ଅଫିସିଆଲ ୱେବସାଇଟ୍ www.inmcoetax.gov.inକୁ ଯାଆନ୍ତୁ । 
• ସେଠାରେ ସୋ କରୁଥିବା ଲିଙ୍କ୍‌ ଆଧାର ଅପ୍ସନକୁ ସିଲେକ୍ଟ କରନ୍ତୁ । 
• ଏହା ପରେ ନିଜର ଆଧାର ନମ୍ବର, PAN ନମ୍ବର ସହ ମାଗୁଥିବା ତଥ୍ୟ ସେଠାରେ ଏଣ୍ଟର କରନ୍ତୁ । 
• ଏ ସବୁ ପ୍ରୋସେସିଙ୍ଗ ପରେ ରେଜିଷ୍ଟ୍ରେଡ୍‌ ମୋବାଇଲ୍ ନମ୍ବରକୁ ଆସିଥିବା OTP ଦ୍ୱାରା ଭେରିଫାଇ କଲା ପରେ PAN ଆଧାର ସହ ଲିଙ୍କ୍ ହୋଇଯିବ । 

ଏବେ ଜାଣନ୍ତୁ PAN ସହ ଆଧାର ଲିଙ୍କ୍ କରିବାର ଅଫ-ଲାଇନ୍ ପ୍ରକ୍ରିୟା...

• ଅଫଲାଇନରେ PAN-ଆଧାର ଲିଙ୍କ୍ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆବଶ୍ୟକ ହେବ । 
• PAN କାର୍ଡର କପି, ଆଧାର କାର୍ଡର କପି ଏବଂ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ୱେବ୍‌ସାଇଟ୍‌ରୁ ଏକ            ଆବେଦନ ଫର୍ମ ଡାଉନଲୋଡ କରନ୍ତୁ । 
• ଏହି ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକୁ ନେଇ ଆପଣଙ୍କର ନିକଟସ୍ଥ PAN ସେବା କେନ୍ଦ୍ର କିମ୍ବା             ଇନକମ୍ ଟ୍ୟାକ୍ସ କାର୍ଯ୍ୟାଳୟକୁ ଯାଆନ୍ତୁ । 
• ସେଠାରେ PAN ଏବଂ ଆଧାରର ସେଲ୍ଫ ଆଟେଷ୍ଟେଡ୍ କପି ଏବଂ ଆବେଦନ ଫର୍ମ ଦାଖଲ କରିବାକୁ           ପଡିବ । 
• ଫର୍ମ ଦାଖଲ କରିବା ପରେ ଅଫିସ ଆପଣଙ୍କୁ ଏକ ରସିଦ ଦେବ । ଯାହା ସାହାଯ୍ୟରେ ଏହି ପ୍ରକ୍ରିୟା          ସହଜରେ ହୋଇପାରିବ । 

PAN ସହ ଆଧାର ଲିଙ୍କ୍ ନହୁଏ ତେବେ କ'ଣ ହେବ?

• ଧାର୍ଯ୍ୟ କରାଯାଇଥିବା ଶେଷ ତାରିଖ ପରେ ଯଦି PAN -ଆଧାର ଲିଙ୍କ୍ କରୁଛନ୍ତି ତେବେ 1,000 ଟଙ୍କା         ଜରିମାନା ଦେବାକୁ ପଡିବ 
•  ଆଧାର ନମ୍ବର ସହିତ ଲିଙ୍କ୍ ନ କଲେ PAN ନିଷ୍କ୍ରିୟ ହୋଇଯିବ 
•  ବିନା PAN-ଆଧାର ଲିଙ୍କ୍‌ରେ ଯେକୌଣସି ଆଇଟିଆର୍ ଅବୈଧ ବୋଲି ବିବେଚନା କରାଯିବ
•  ନିଷ୍କ୍ରିୟ PAN ସହିତ କୌଣସି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରାଯାଇପାରିବ ନାହିଁ 
•  ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡିରେକ୍ଟ ଟ୍ୟାକ୍ସେସ୍‌ର ସୂଚନା ଅନୁସାରେ 2025,31 ଡିସେମ୍ବର ପର୍ଯ୍ୟନ୍ତ                 ସମୟସୀମା ଦିଆଯାଇଛି 

ତେବେ ଏହି ସମସ୍ତ ସମସ୍ୟାକୁ ଏଡାଇବା ପାଇଁ ସମୟ ସୀମା ପୂର୍ବରୁ PAN ସହ ଆଧାର ଲିଙ୍କ୍ କରେଇ ନିଅନ୍ତୁ । ନଚେତ୍‌ କରିବାକୁ ଚାହୁଁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଯିବ ।