କନକ ବ୍ୟୁରୋ : ଏସଆଇ ନିଯୁକ୍ତି ପରୀକ୍ଷା ବାତିଲ ପରେ ଉଠୁଛି ପଡୁଛି ରାଜ୍ୟ । ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଚାଲିଛି ରେଡ୍ । ଜୁନ ୨୦୨୪ ପରେ କେତେ ପରୀକ୍ଷା ବାତିଲ ହୋଇଛି ସେନେଇ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର । ଆଜି ରାତି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଛି । ସେପଟେ ପରୀକ୍ଷା କେଲେଙ୍କାରୀକୁ ନେଇ ତେଜିଛି ରାଜନୀତି । SI ପରୀକ୍ଷା କେଳେଙ୍କାରୀ ନେଇ ଆକ୍ସନରେ ରାଜ୍ୟ ସରକାର ।  ନିଯୁକ୍ତି ପରୀକ୍ଷା ବାତିଲ ନେଇ ସବୁ ବିଭାଗକୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର । ଜୁନ ୨୦୨୪ରୁ ଆଜି ଯାଏଁ ଯେଉଁ ସବୁ ପରୀକ୍ଷା ବାତିଲ ହୋଇଛି ଆଜି ରାତି ସୁଦ୍ଧା ତା’ର ରିପୋର୍ଟ ଦେବାକୁ  ସମସ୍ତ ବିଭାଗ, ଚୟନ ବୋର୍ଡ ଅଧ୍ୟକ୍ଷଙ୍କୁ କୁହାଯାଇଛି । ଏହାପରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । SI ପରୀକ୍ଷା କେଳେଙ୍କାରୀରେ ୪ ଜଣ ଦଲାଲ ଗିରଫ ହୋଇସାରିଛନ୍ତି । ପୁଲିସ ନିଯୁକ୍ତି ବୋର୍ଡର ସଭାପତି କହିଛନ୍ତି ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

Advertisment

ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା କେଳେଙ୍କାରୀ ଯୋଗୁଁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ୨୦୨୪ ପରେ ରାଜ୍ୟରେ ଅନେକ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିଲାଣି । 

ବାତିଲ ହୋଇଥିବା ପରୀକ୍ଷା  

-ଓଟିଇଟି 
-ଆର୍‌ଆଇ, ଅମିନ ପରୀକ୍ଷା
-ଓଜେଏସ୍ ପରୀକ୍ଷା
-ସିଜିଏଲ୍ (କମ୍ବାଇନଡ ଗ୍ରାଜୁଏଟେଡ୍ ଲେବୁଲ)
-ଏଏସଓ
-ଏସ୍‌ଡିଆଇପିଆରଓ 

ସେପଟେ ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି-ବିଜେପି ଲିଙ୍କ୍ ଭିତରେ ଏଯାଏଁ ବାହାରିପାରିନି ଏସଆଇ ପରୀକ୍ଷା କେଳେଙ୍କାରୀର ସତ । ପ୍ରଶ୍ନ ଉଠୁଛି, କେଉଁଆଡ଼େ ଲମ୍ବିଛି କେଳେଙ୍କାରୀର ଚେର ? ପୂରା ଘଟଣାର ପର୍ଦ୍ଦାଫାସ୍ ହେବ କେବେ ?