କନକ ବ୍ୟୁରୋ : ଜୟ ଢୋଲକିଆ ବିଜେପିରେ ମିଶିବା ପୂର୍ବରୁ ପୂର୍ବତନ ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡାଙ୍କ ସହିତ ହେଉଛି ବଡ଼ ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଓ ବସନ୍ତ ପଣ୍ଡା । ବସନ୍ତ ପଣ୍ଡାଙ୍କୁ ମାନଭଞ୍ଜନ କରାଯାଉଥିବା ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଙ୍ଗଠନିକ ମହାମନ୍ତ୍ରୀ ମାନସ ମହାନ୍ତି, ବସନ୍ତ ପଣ୍ଡାଙ୍କୁ ବୁଝାଉଛନ୍ତି ।
୨୦୨୪ ବିଧାନସଭା ନିର୍ବାଚନରେ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଜେପିରୁ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କଠାରୁ ହାରିଯାଇଥିଲେ । ତେବେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶି ପଦ୍ମ ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/19-2025-10-11-13-37-39.jpg)