କନକ ବ୍ୟୁରୋ: ପିଏମ୍ଙ୍କ ବାସଭବନରେ ବଡ଼ ବୈଠକ । DGMOଙ୍କ ପ୍ରେସ୍ମିଟ୍ ପୂର୍ବରୁ ବଡ଼ ବୈଠକ । NSA ଅଜିତ୍ ଡୋଭାଲ ବୈଠକରେ ଉପସ୍ଥିତ । ଅପରାହ୍ନ ସାଢେ ୨ଟାରେ ଅଛି DGMOଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍ମିଟ୍ । ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ ହେବାକୁ ଯାଉଛି ।
ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ । ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ ।