BJP ODISHA Photograph: (KANAK NEWS)
କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ବୈଠକ। ଗତକାଲି ବିଜେପି ତରଫରୁ ବିଭିନ୍ନ ମୋର୍ଚ୍ଚା ପାଇଁ ସଭାପତି ଚୟନ ହେବା ପରେ ଏବେ ରାଜ୍ୟ କାର୍ଯ୍ୟାଳୟରେ ବସିଛି ବଡ଼ ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ମିଳିଥିବା ସୂଚନା ଅନୁସାରେ, ବିଏଲ ସନ୍ତୋଷ ନୂଆ ପଦାଧିକାରୀ ଟିମ୍ ସହ ଆଲୋଚନା କରିବେ, ଆଉ ଦିନ ତମାମ ବିଭିନ୍ନ ପର୍ଯ୍ୟାୟରେ ବସିବ ବୈଠକ ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ନୂଆ କରି ଦାୟିତ୍ୱ ନେଇଥିବା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକଙ୍କ ସହିତ ବିଏଲ ସନ୍ତୋଷ ରୁଦ୍ଧଦ୍ଵାର ବୈଠକ କରିବେ। ସେହିପରି ୭ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତିଙ୍କ ସହିତ ମଧ୍ୟ ରାଷ୍ଟ୍ରୀୟ ସଂଗଠନ ମହମନ୍ତ୍ରୀ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ରହିଛନ୍ତି ।
ଆହୁରି ପଢ଼ନ୍ତୁ : ଯୋଗୀ କରିବେ ସର୍ଜିକାଲ ଷ୍ଟ୍ରାଇକ୍! : ଅନୁପ୍ରବେଶକାରୀଙ୍କୁ ରୋକିବାକୁ ବଡ଼ ପ୍ଲାନ୍
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର ହୋଇଥିଲା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ଗଢ଼ିଥିଲେ ନୂଆ ଟିମ୍ । କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ ହୋଇଥିବାବେଳେ, ବାକି ସବୁ ପରିବର୍ତ୍ତନ କରାଯାଇଥିଲା । ରାଜ୍ୟ ବିଜେପିର ଯୁବ ନେତା ଅଭିଳାଷ ପଣ୍ଡା ପୁଣି ହୋଇଛନ୍ତି ଯୁବ ମୋର୍ଚ୍ଚା ସଭାପତି । ସେହିଭଳି ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି । ତାଙ୍କ ସହିତ କୃଷକ ମୋର୍ଚ୍ଚା ସଭାପତି ଭାବେ ଶୁଭ୍ରାଂଶ ପାଢ଼ୀ, ଏସ୍ସି ମୋର୍ଚ୍ଚା ସଭାପତି ଭାବେ ବାଇଧର ମଲ୍ଲିକ, ଏସ୍ଟି ମୋର୍ଚ୍ଚା ସଭାପତି ଭାବେ କାନ୍ଦରା ସୋରେନ୍, ଓବିସି ମୋର୍ଚ୍ଚା ସଭାପତି ଭାବେ ପ୍ରଦ୍ୟୁମ୍ନ ନାୟକଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛି ।
Follow Us