ଧାମରାରେ ବଢିଲା ପବନ ; ବୁଡିଲା ଟ୍ରଲର, ଅଳ୍ପକେ ଜୀବନ ପାଇଲେ ମତ୍ସ୍ୟଜୀବୀ

ପାଖେଇଆସୁଛି ବାତ୍ୟା ‘ଦାନା’ । ଏବେ ଏହା ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି  । ଏହାର ପ୍ରଭାବରେ ଭଦ୍ରକ ଧାମରାରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ଫଳରେ ସମୁଦ୍ରରେ ବୁଡିଲା ଟ୍ରଲର ।

41trauler

କନକ ବ୍ୟୁରୋ:  ପାଖେଇଆସୁଛି ବାତ୍ୟା ‘ଦାନା’ । ଏବେ ଏହା ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି  । ଏହାର ପ୍ରଭାବରେ ଭଦ୍ରକ ଧାମରାରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ଫଳରେ ସମୁଦ୍ରରେ ବୁଡିଲା ଟ୍ରଲର । ଟ୍ରଲର ସହ ବୁଡିଯାଉଥିଲେ ମତ୍ସ୍ୟଜୀବୀ । ହେଲେ କିଛି ସହଯୋଗୀ ସାହସ କରି ସମୁଦ୍ର ଭିତରକୁ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ଟ୍ରଲରକୁ କୂଳକୁ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରଲରରେ ପାଣି ପଶିଯାଇଥିବାରୁ କୂଳକୁ ଆଣିବା ସହଜ ନଥିଲା । 

ଧାମରାରେ ଏବେ ବର୍ଷା ସାଙ୍ଗକୁ ପବନର ବେଗ ବଢିବାରେ ଲାଗିଛି । ବାତ୍ୟା ପ୍ରଭାବରେ ବାଲେଶ୍ୱର, ଭଦ୍ରକ ସହ ପାରାଦୀପ , କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ତେବେ ବାତ୍ୟା ଭିତରକନିକା ନିକଟ ତାଳଚୁଆଠାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe