କନକ ବ୍ୟୁରୋ: ପାଖେଇଆସୁଛି ବାତ୍ୟା ‘ଦାନା’ । ଏବେ ଏହା ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ଭଦ୍ରକ ଧାମରାରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ଫଳରେ ସମୁଦ୍ରରେ ବୁଡିଲା ଟ୍ରଲର । ଟ୍ରଲର ସହ ବୁଡିଯାଉଥିଲେ ମତ୍ସ୍ୟଜୀବୀ । ହେଲେ କିଛି ସହଯୋଗୀ ସାହସ କରି ସମୁଦ୍ର ଭିତରକୁ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ଟ୍ରଲରକୁ କୂଳକୁ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରଲରରେ ପାଣି ପଶିଯାଇଥିବାରୁ କୂଳକୁ ଆଣିବା ସହଜ ନଥିଲା ।
ଧାମରାରେ ଏବେ ବର୍ଷା ସାଙ୍ଗକୁ ପବନର ବେଗ ବଢିବାରେ ଲାଗିଛି । ବାତ୍ୟା ପ୍ରଭାବରେ ବାଲେଶ୍ୱର, ଭଦ୍ରକ ସହ ପାରାଦୀପ , କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ତେବେ ବାତ୍ୟା ଭିତରକନିକା ନିକଟ ତାଳଚୁଆଠାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/24/uPnXnjR3166l12aQaX1H.jpg)