କନକ ବ୍ୟୁରୋ : ଆଜି ବି ଚାଲିପାରିନି ସଂସଦ  । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାଅବସ୍ଥା ଦେଖାଯିବା ପରେ ମୁଲତବୀ ରଖାଯାଇଛି । ତେବେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ସଂସଦରେ ଏସଆଇଆର ଉପରେ ବିତର୍କ କରାଯିବନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେପଟେ ବିରୋଧୀଙ୍କ ଦାବି କରିଛ୍ତି ଏସଆଇଆରକୁ ହଟାଯାଉ ଓ ଭୋଟର ତାଲିକାରୁ ହଟାଯାଇଥିବା ନାଁକୁ ପ୍ରତ୍ୟାହାର କରାଯାଉ ।