କନକ ବ୍ୟୁରୋ: ମହିଳା ସୁରକ୍ଷା ନେଇ ସରକାରଙ୍କ ବଡ଼ ବୈଠକ । ଅପରାହ୍ନ ୩ଟାରେ ଲୋକସେବା ଭବନରେ ହେବ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପୁଲିସ ଡିଜି, ଉନ୍ନୟନ କମିସନର ଉପସ୍ଥିତ ରହିବେ । ଆଇନ ପ୍ରାଧିକରଣ ସେବା ସଦସ୍ୟ ଉପସ୍ଥିତ ରହିବେ । ତେବେ ମହିଳା ସୁରକ୍ଷା ନେଇ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର । 

Advertisment

ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ୟାତନା ଓ ଦୁଷ୍କର୍ମ ଘଟଣା । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନେଇ ବିରୋଧୀ ବାରମ୍ୱାର ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଏହି ଚିନ୍ତା ଏବେ ସରକାରଙ୍କୁ ଘାରିଛି । ନାରୀକୁ ସୁରକ୍ଷା ଦେବା ବର୍ତ୍ତମାନ ରଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।