କନକ ବ୍ୟୁରୋ : ନୂଆ ବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ବର୍ଷର ପ୍ରଥମ କ୍ୟାବିନେଟରେ ମିଳିଲା ଖୁସି ଖବର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବଣ୍ଟନ ରାଶି ପରିମାଣ ବୃଦ୍ଧି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିଛି । ୬୯ହଜାର ୫୧୫ କୋଟିକୁ ବଢିଲା ଆବଂଟନ ରାଶିର ପରିମାଣ ।
ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କୁ କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା ସମ୍ପର୍କରେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ ନିଷ୍ପତି ନିଆଯାଇଛି। ଏଥିପାଇଁ ଫଣ୍ଡ ଫର ଇନୋଭସେନ ଆଣ୍ଡ ଟେକନୋଲୋଜି ବ୍ୟବସ୍ଥା ସୃଷ୍ଟିକରି ୮ଶହକୋଟି ଟଙ୍କାର ସହାୟତା ରାଶିର ବ୍ୟବସ୍ଥା କରାଯିବ ।