ଭୁବନେଶ୍ୱର ଆସିବା ପୂର୍ବରୁ ପିସିସି ସଭାପତି ଭକ୍ତ ଦାସଙ୍କ ବଡ଼ ଗେମ୍ ପ୍ଲାନ । ୧୮ରୁ ସଂକଳ୍ପ ପଦଯାତ୍ରା, ୧୭ ଜଣିଆ କମିଟିରେ ମହମ୍ମଦ ମୋକିମଙ୍କ ନାଁ ।

Advertisment
Updated On
ଅଦ୍ୟତନ ହୋଇଛି
BHAKTA DAS

କନକ ବ୍ୟୁରୋ: ଆସିବା ପୂର୍ବରୁ ଆକ୍ସନ ମୋଡ଼ରେ ପ୍ରଦେଶ କଂଗ୍ରେସର ନୂଆ ମୁଖିଆ ଭକ୍ତ ଚରଣ ଦାସ ।  ଭୁବନେଶ୍ୱର ଆସିବା ପୂର୍ବରୁ ଭକ୍ତ ଦାସ ‘ହାତ’କୁ ମଜବୁତ କରିବା ପାଇଁ ଆପଣାଇଛନ୍ତି ନୂଆ ଗେମ୍ ପ୍ଲାନ୍ । ଆସନ୍ତା ୧୮ରେ ସଂକଳ୍ପ ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ ବୋଲି ଭକ୍ତ ଦାସଙ୍କ ପ୍ରଥମ ରଣନୀତି । ଆଉ ଏନେଇ ୧୭ ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି ଭକ୍ତ । ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଯାଏଁ ଏହି ବିଶାଳ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ । ଯେଉଁଥିରେ ବରିଷ୍ଠ ଯୁବ କଂଗ୍ରେସ ନେତାଙ୍କୁ ସାମିଲ କରିଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ ।  

WhatsApp Image 2025-02-14 at 6.41.40 PM

ସବୁଠାରୁ ବଡ଼କଥା ହେଲା ଗଠନ ହୋଇଥିବା ଏହି ୧୭ ଜଣିଆ କମିଟିରେ ପୂର୍ବତନ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ମଧ୍ୟ ରହିଛି । ପିସିସି ରେସରେ ପୂର୍ବରୁ ମୋକିମଙ୍କ ନାଁ ଚର୍ଚ୍ଚା ହେଉଥିଲା କିନ୍ତୁ ଭକ୍ତ ପିସିସି ସଭାପତି ଚୟନ ହେବା ପରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଥିବା ଏହି କମିଟି ଗଠନରୁ ବାରି ହୋଇପଡୁଛି । ଚର୍ଚ୍ଚା ଏମିତି ହେଉଛି କି, ପୁରୁଣା ବା ‘ହାତ’ ଛାଡ଼ିଥିବା ନେତାଙ୍କୁ ମଧ୍ୟ ଭକ୍ତ ଦଳକୁ ଫେରାଇ ଆଣିବାକୁ ଜୋର ଲଗାଉଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ । ଆଉ ଏନେଇ ଖୁବଶୀଘ୍ର ସର୍ବକ୍ଷମା ଅନୁରୋଧ ପତ୍ର ମଧ୍ୟ ଜାରି ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । 

ଯଦିଓ ଭକ୍ତଙ୍କ ଗେମ୍ ପ୍ଲାନ୍ ସମ୍ପୂର୍ଣ୍ଣ ଭାବେ କାହାକୁ ଜଣାନାହିଁ କିନ୍ତୁ ଏହା ଦୁର୍ବଳ ହୋପଡ଼ିଥିବା ‘ହାତ’କୁ ବଳ ଯୋଗାଇବ ତ? ଅନେକ ସମୟରେ କଂଗ୍ରେସ ପାଇଁ କଂଗ୍ରେସ କଳି ହିଁ ବ୍ୟାକଫୁଟକୁ ନେଉଥିବା ବେଳେ ଭକ୍ତ ଏଥିରେ ଲଗାମ୍ ଲଗାଇପାରିବେ ତ? ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ କେଉଁ ରଣନୀତି ଆପଣାଇବ? ଆଉ ‘ହାତ’ର ହାତକୁ ଧରି ତୃତୀୟ ସ୍ଥାନରୁ ଉତୀର୍ଣ୍ଣ କରାଇପାରିବେ ତ ରାଜ୍ୟ କଂଗ୍ରେସର ହାଇକମାଣ୍ଡ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe