ଓଡ଼ିଶାରେ ବଡ଼ ଠକେଇ: କର୍ଣ୍ଣାଟକ, ତାମିଲନାଡୁର ୭ ଠକଙ୍କୁ ଗିରଫ

ଅନ୍‌ଲାଇନ୍ ଟ୍ରେଡିଂ ଜରିଆରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ବାନ୍ଧିଲା କ୍ରାଇମବ୍ରାଞ୍ଚ ।

ବନ୍ଧାହେଲେ ୭ ସାଇବର ଠକ

ବନ୍ଧାହେଲେ ୭ ସାଇବର ଠକ Photograph: (kanaknews)

କନକ ବ୍ୟୁରୋ : କ୍ରାଇମ୍‌ବ୍ରାଞ୍ଚ ୭ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରୁ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକର ଜ୍ୟୋତି ରାଜୁ, ରାଜୁ ସି, ଇସ୍‌ମାଇଲ୍ ରାହିଦ, ବାସିମ୍,ତାମିଲନାଡୁରୁ ପାଟରାଜ ଏସ୍‌, ଜେଗଥିସ୍ ରାଧାକ୍ରିଷ୍ଣନ୍, ଇ ଶକ୍ତିକୁମାରଭେଲ୍‌ଙ୍କୁ ଗିରଫ କରାଯାଇଛି । ଗିରଫ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଯାଇଛି । ସମସ୍ତଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି ।

ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ । କ୍ରାଇମ୍‌ବ୍ରାଞ୍ଚର ଅଲଗା ଅଲଗା ଟିମ୍ କେରଳ, ଆସାମ, ପଞ୍ଚିମବଙ୍ଗରେ ଚଢାଉ ଜାରି ରଖିଛି । ସାଇବର ଠକ ଗୋଷ୍ଠୀ ଆଇପିଓ, ସେୟାର ଏବଂ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଉଥିଲେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe