କନକବ୍ୟୁରୋ : କେବଳ ସାଧାରଣ ଭୋଟର ନୁହେଁ ବହୁ ବଡ଼ ଚେହେରା ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି , ମୁଖ୍ୟ ନିର୍ବାଚନ କମିଶନର ଓ ଦିଲ୍ଲୀ ଉପରାଜ୍ୟପାଳ ଭୋଟିଂ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ତାଙ୍କ ପତ୍ନୀ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ପ୍ରଭେଶ ବର୍ମା ପ୍ରମୁଖ ମତଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/05/MHcaizWroiAeB8ArutkU.jpg)