କନକ ବ୍ୟୁରୋ: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି। ସେହିଭଳି ବଲାଙ୍ଗୀର ଏସପି ଥିବା କେ ଆର ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି। ଭୁବନେଶ୍ବର ଡିସିପି ଦାୟିତ୍ବରେ ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ଗୁରୁଦାୟିତ୍ବ ମିଳିଛି। ଆଇପିଏସ ଏସଏମ ନରଭାଣେଙ୍କୁ ଓଏଚଆରସିର ଡିଜି, ଦୀପ୍ତିଶ ପଟ୍ଟନାୟକଙ୍କୁ ପ୍ରିଣ୍ଟ୍ରି ଷ୍ଟେସେନାରୀ ଆଣ୍ଡ ପବ୍ଲିକେସନର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ବ ମିଳିଛି। ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆଇଜିପି, ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଆଡିସିନାଲ ସିପି, ଦୀପକ କୁମାରଙ୍କୁ ଆଇଜିପି ଅପରେସନ, ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଇଣ୍ଟଲିଜେନ୍ସ, ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି-ସିବିର ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି, ଅଖିଳେଶ୍ବରଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପି ଦାୟିତ୍ବ ମିଳିଛି। ଏହାବାଦ୍ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ନୂଆ ଏସପି ଦାୟିତ୍ବ ମିଳିଛି। ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ବ ଦିଆଯାଇଛି। ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ଦାୟିତ୍ବ ମିଳିଛି।
ରାଜ୍ୟ ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ: ଜଗମୋହନ ମିନାଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ, କଟକ ଡିସିପି କେଆର ଧ୍ୟାନ ଦେଓ
ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି । କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି ।
/kanak/media/media_files/2025/02/28/8Kcnn9yt9jTN1xPQYiR2.jpg)