କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ ବାଲକ୍ରୀଷ୍ଣା । ଓଡ଼ିଶା ଛତିଶଗଡ଼ ସୀମାନ୍ତ ଜଙ୍ଗଲ ଗରିଆବନ୍ଧରେ ବଡ଼ ଏନକାଉଣ୍ଟର ହୋଇଛି । ଏଥିରେ ଓଡ଼ିଶା ରାଜ୍ୟ କମିଟି ସଚିବ ମୋଡେମ ବାଲକ୍ରୀଷ୍ଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ପ୍ରାୟ ୧୦ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ବାଲକ୍ରିଷ୍ଣା ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ଥିଲା । ହାଇଦ୍ରାବାଦ ନିବାସୀ ମୋଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ଥିଲା । କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋର ସଦସ୍ୟ ଥିଲା । ଓଡ଼ିଶା ରାଜ୍ୟ କମିଟିର ମୁଖ୍ୟ ବି ଥିଲେ । ଓଡ଼ିଶା ଛତିଶଗଡ଼ ସୀମାରେ ସେ ସକ୍ରିୟ ଥିଲେ। ତାଙ୍କ ନାଁରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ପୁରସ୍କାର ରାଶି ଥିଲା ।
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ବଡ଼ ଏନକାଉଣ୍ଟର : ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ ବାଲକ୍ରୀଷ୍ଣା ନିହତ
ଓଡ଼ିଶା ଛତିଶଗଡ଼ ସୀମାନ୍ତ ଜଙ୍ଗଲ ଗରିଆବନ୍ଧରେ ବଡ଼ ଏନକାଉଣ୍ଟର ହୋଇଛି । ଏଥିରେ ଓଡ଼ିଶା ରାଜ୍ୟ କମିଟି ସଚିବ ମୋଡେମ ବାଲକ୍ରୀଷ୍ଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
/kanak/media/media_files/2025/09/11/bala-2025-09-11-21-36-55.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)