କନକ ବ୍ୟୁରୋ : ସାରା ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ । କିନ୍ତୁ ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ନିଜ ନିଜ ଦାବି ନେଇ ପଞ୍ଜାବ-ହରିୟାଣା ସମେତ ପୁରା ଦେଶରେ ବଡ ସଂଖ୍ୟାରେ ଟ୍ରାକ୍ଟର ରାଲି କରିବେ । ଟ୍ରାକ୍ଟର ରାଲିର ପ୍ରସ୍ତୁତିକୁ ନେଇ କୃଷକ ସଙ୍ଗଠନ ଶନିବାର ଏକ ବୖଠକ ମଧ୍ୟ କରିଥିଲା । ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କୃଷକଙ୍କୁ ସମର୍ଥନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ପଞ୍ଜାବର କୃଷକ କେବେ ବି ଦେଶକୁ ନିରାସ କରିନାହଁ ।
ଆମର ଅନ୍ନଦାତା ଆମରଣ ଅନଶନ ଏବଂ ଆନ୍ଦୋଳନ କରିଚାଲିଛନ୍ତି । ପଞ୍ଜାବୀ କେବେ ବି ନିଜ ମୁଣ୍ଡ ନୁଆଁଇନି। କିନ୍ତୁ କିଛି ଲୋକ ପଞ୍ଜାବକୁ ଅସ୍ତିର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମାନ । ସୂଚନାମୁତାବକ, ଆଜି ପଞ୍ଜାବରେ ପାଖାପାଖି ୨୦୦ ରୁ ଅଧିକ ସ୍ଥାନରେ ଏକ ଲକ୍ଷରୁ ଅଧିକ ଟ୍ରାକ୍ଟର ରାସ୍ତାରେ ଆନ୍ଦୋଳକୁ ଓହ୍ଲାଇବ । ସେହିପରି ପଡୋସି ରାଜ୍ୟ ହରିୟାଣାରେ ମଧ୍ୟ ଟ୍ରାକ୍ଟର ରାଲି ଦେଖିବକୁ ମିଳିବ ।