କନକ ବ୍ୟୁରୋ:  ନିଟ୍ ପିଜିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବଡ଼ ନିଷ୍ପତ୍ତି । ନ୍ୟାସନାଲ ଏଲିଜିବିଲିଟି କମ୍ ଏନଟ୍ରାନ୍ସ ଟେଷ୍ଟ ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବ  । ନିଟ୍ ୨୦୨୫ ପରୀକ୍ଷାକୁ ଦୁଇଟି ସିଫ୍ଟରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Advertisment

କୋର୍ଟ କହିଛନ୍ତି, ଦୁଇଟି ସିଫ୍ଟରେ ପରୀକ୍ଷା ହେବା ଦ୍ବାରା ଅନିୟମିତତା ସୃଷ୍ଟି ହେଉଛି । ଏନ୍‌ଟିଏ ଗୋଟିଏ ସିଫ୍ଟରେ ପରୀକ୍ଷା କରୁ । ନିଟ୍-ପିଜି ପରୀକ୍ଷା ୧୫ ଜୁନ୍‌ରେ ହେବା ନେଇ ନିର୍ଦ୍ଧାରିତ କରାଯାଇଛି । ମୁଖ୍ୟ ବିଚାରପତି ବି.ଆର ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇ କହିଛନ୍ତି । ଏନ୍‌ଟିଏକୁ ପରୀକ୍ଷା ଆୟୋଜନରେ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।