କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ । ଆଦର୍ଶ ସ୍କୁଲରେ ଛାତ୍ରଙ୍କ ଦେୟକୁ ଛାଡ଼ କଲେ ସରକାର । ୫ ବର୍ଷରେ ଖର୍ଚ୍ଚ ହେବ ୩୫୦ କୋଟି । ମାସିକ ୨ ହଜାର ଟଙ୍କା ଦେୟ ଦେଉଥିଲେ ଛାତ୍ରଛାତ୍ରୀ ।
ରାଜ୍ୟ ସରକାର କ୍ୟାବିନେଟ୍ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସ୍ଵରାଷ୍ଟ୍ର, ସ୍ୱାସ୍ଥ୍ୟ, ଶକ୍ତି, ରାଜସ୍ୱ, ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା ।
ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି । ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ । ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/16/fees-of-adarsh-school-2025-07-16-21-34-34.jpg)