କନକ ବ୍ୟୁରୋ : ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ବଡ ଠକେଇ । ହଜାରେ କୋଟିରୁ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ ଏକ କମ୍ପାନୀ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏମସିଏକ୍ସ ସିଟି ନାମକ ଏକ କମ୍ପାନୀ ଏଭଳି ଠକେଇ କରିଛି । ସମ୍ବଲପୁରର ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଜିଲ୍ଲାର ୫୦୦ରୁ ଅଧିକ ଲୋକ ଏଭଳି ଠକେଇର ଶୀକାର ହୋଇଛନ୍ତି ।
ଏନେଇ ଏମସିଏକ୍ସ କ୍ରାଇସିସ କମିଟି ନାଁରେ ଏକ ସଂଗଠନ କରି ଧନୁପାଲି ଥାନାକୁ ଶତାଧିକ ଲୋକ ଆସି ଏତଲା ଦେଇଛନ୍ତି । ସେହିପରି ରାଜ୍ୟ ବାହାରେ ରହୁଥିବା ଓଡିଆ ମଧ୍ୟ ଠକେଇର ଶୀକାର ହୋଇଛନ୍ତି। ସିକିମ, ସ୍ବିଜରଲାଣ୍ଡ, ଛତିଶଗଡ, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଟଂକା ଲୁଟ୍ କରିଛନ୍ତି ଠକ । ଏଥିରେ କିଛି ସରକାରୀ କର୍ମଚାରୀ ମଧ୍ୟ ଟଙ୍କା ଲଗାଇଥିବା ସୂଚନା ମିଳିଛି । କିଏ ଜମି ବିକି ଟଙ୍କା ଦେଇଛି ତ କିଏ ପେନସନ ଟଙ୍କା ଦେଇଛି।ଏବେ ଗ୍ରାଚ୍ୟୁଇଟି ଟଂକା ଦେବା ପାଇଁ ସମୟ ଆସିବାରୁ ଟଙ୍କା ଦେବାକୁ କମ୍ପାନୀ ମନା କରିଛି, ଯାହାକୁ ନେଇ ଜମାକାରୀ ମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।